ଡାବର ସାଥି ଭଉଣୀ ପୂର୍ଣ୍ଣଚନ୍ଦ୍ର ବିଦ୍ୟାପୀଠରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଡାବର ପଂଚାୟତସ୍ଥିତ ଡାବର ସାଥି ଭଉଣୀ ପୂର୍ଣ୍ଣଚନ୍ଦ୍ର ବିଦ୍ୟାପୀଠର ପ୍ରଧାନ ଶିକ୍ଷକଙ୍କ ଅବସରକାଳିନ ସମ୍ବର୍ଦ୍ଧନା ସଭା ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ପ୍ରତିଷ୍ଠାତା ସଂପାଦକ ଇଂ.ପ୍ରଦିପ୍ତ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଓଷ୍ଟାର ସଭାପତି ନିରଂଜନ ମହାନ୍ତି ,ମୁଖ୍ୟବକ୍ତା ଭାବେ ଓଷ୍ଟାର ଜିଲ୍ଲା ସଂପାଦକ ନାରାୟଣ ଚନ୍ଦ୍ର ବାରିକ, ଓଷ୍ଟାର ରାଜ୍ୟ ସଂପାଦକ ଅତୁଲ ବିକ୍ରମ ପ୍ରଧାନ ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସ୍ମୃତିରଂଜନ ପରିଜା, ନାଉଗାଁ ବ୍ଳକ ଓଷ୍ଟାର ସଭାପତି ସୁକାନ୍ତ କୁମାର ଲେଙ୍କା, ସଂପାଦକ ହିଂମାଶୁ ମହାନ୍ତି , ବାଲିକୁଦା ଓଷ୍ଟାର ସଭାପତି ନିହାରରଂଜନ ନାୟକ, ଉପସଭାପତି ନାରାୟଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ଜଣେ ନିର୍ବିବାଦୀୟ ,ନିର୍ବିକାର, ଛାତ୍ରବତ୍ସଳ ଓ ସଫଳ ଶିକ୍ଷକ ଭାବରେ ସମ୍ବର୍ଦ୍ଧିତ କରିଥିଲେ । ଭବିଷ୍ୟତରେ ଉକ୍ତ ବିଦ୍ୟାପୀଠକୁ ଏକ ଆବାସିକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାକୁ ପ୍ରତିଷ୍ଠାତା ସଂପାଦକ ଘୋଷଣା କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ବିଦ୍ୟାଳୟର କୃତୀ ଛାତ୍ର ଆଶୀର୍ବାଦ ବିଶ୍ୱାଳଙ୍କୁ ତାଙ୍କର ମାଟ୍ରିକ ପରିକ୍ଷାରେ ଅପୂର୍ବ ସଫଳତା ନିମନ୍ତେ ପ୍ରତିଷ୍ଟାତା ସଂପାଦକ ଶ୍ରୀ ସ୍ୱାଇଁ ୨୫ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।