ଡାବୁଗାଁରେ ସ୍ୱାବଲମ୍ବୀ କାରିଗର ଓ ପମ୍ପ ଡ୍ରାଇଭରଙ୍କୁ ସ୍ୱଚ୍ଛ ଜଳ ଯୋଗାଣ ନେଇ ତାଲିମ

ନବରଙ୍ଗପୁର, (ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ୧୨ ଗୋଟି ପଞ୍ଚାୟତ ରେ ପ୍ରତ୍ୟେକ ପରିବାର କୁ ସ୍ୱଚ୍ଛ ଜଳ ଯୋଗାଣ ଉପରେ ଆଜି ଏକ ତାଲିମ ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ବିଶୁଦ୍ଧ ଜଳ ଯୋଗାଣ , ଜଳ ସଂରକ୍ଷଣ, ପରିମଳ ଉପରେ ସ୍ୱାବଲମ୍ବୀ କାରିଗର (ଏସ ଇ ଏମ) ଓ ପମ୍ପ ଡ୍ରାଇଭର ମାନଙ୍କୁ ତାଲିମ ଦିଆ ଯାଇଥିଲା। ଗ୍ରୀଷ୍ମ ଋତୁ ପୂର୍ବରୁ ବ୍ଲକ ର ସମସ୍ତ ଅଚଳ ନଳକୂପ ର ମରାମତି ସାଙ୍ଗକୁ ପାଇପ ଯୋଗେ ଦିଆ ଯାଉଥିବା ସ୍ୱଚ୍ଛ ପାଣି ର ଗୁଣବତ୍ତା ଓ ମରାମତି ନେଇ ଗୁରୁତ୍ଵ ଦିଆ ଯାଇଥିଲା। ତେବେ ଡାବୁଗାଁ ବ୍ଲକ ରେ ୨୦୨୨ ମସିହା ପରଠାରୁ ନଳକୂପ ମରାମତି ପାଇଁ ଉଦ୍ଦିଷ୍ଟ ସରଞ୍ଜାମ ଯୋଗାଣ ହୋଇ ନ ଥିବା ବେଳେ ବ୍ଲକ ର ଅଧିକାଂଶ ଅଚଳ ନଳକୂପ ଗୁଡିକ ରେ ସାଇକେଲ ଟ୍ୟୁବ୍ ବାନ୍ଧି ସ୍ୱାବଲମ୍ବୀ କାରିଗର ମାନେ ମରାମତି କରୁଛନ୍ତି । ଯାହାକି ଦୀର୍ଘ ସ୍ଥାୟୀ ନୁହେଁ। ସେହିପରି ପ୍ରତ୍ୟେକ ପଞ୍ଚାୟତ ରେ ବସୁଧା ଯୋଜନା ମାଧ୍ୟମରେ ଭୂତଳ ପାଇପ ଯୋଗେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ପାଣି ଯୋଗାଣ ହେଉଥିବା ବେଳେ ହାଉସ ଲାଇନ୍ ର ଟେପ୍ ନାହିଁ,ଗେଟ୍ ଚାବି ନାହିଁ, ଏନ ଆର ଭଲ ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଅସୁବିଧା ଦେଖା ଦେଇଛି। ଯାହା ଦ୍ଵାରା ବ୍ଲକ ରେ ସ୍ୱଚ୍ଛ ଜଳ ଯୋଗାଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଲକ ର ୧୨ ଗୋଟି ଗ୍ରାମ ପଞ୍ଚାୟତ ରେ ପ୍ରାୟ ୧୩୦୦ ନଳକୂପ ରହିଥିବା ବେଳେ ୧୫୦ ରୁ ଉର୍ଦ୍ଧ ନଳକୂପ ଅଚଳ ଅବସ୍ଥାରେ ରହିଛି। ଗତ ଦୁଇ ବର୍ଷ ହେଲା ନଳକୂପ ମରାମତି ପାଇଁ କୌଣସି ସରଞ୍ଜାମ ଆସୁ ନ ଥିବାରୁ ସ୍ୱାବଲମ୍ବୀ କାରିଗର ମାନେ ପାଣି ଯୋଗାଣ ସମୟରେ ସାଧାରଣ ଲୋକଙ୍କ ଗାଳି ଗୁଲଜ ଶୁଣିବା ସହ ଆକ୍ରୋଶ ର ଶିକାର ହେଉଛନ୍ତି। ବିଭାଗୀୟ ଅଧିକାରୀ ମାନେ ବୈଠକ କରି ସଚେତନ କରୁଥିବା ବେଳେ ସ୍ୱଚ୍ଛ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଯାହାକି ଆଗକୁ ବିଷମ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ବସୁଧା ଯୋଜନା ରେ ପ୍ରକଳ୍ପ ଉପରେ ପ୍ରକଳ୍ପ ତିଆରି ହୋଇଥିଲେ ସୁଦ୍ଧା ପ୍ରତ୍ୟେକ ସାହି ଓ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ହୋଇ ପାରୁ ନାହିଁ। ସ୍ୱଳ୍ପ ବେତନ ଭୋଗି ସ୍ୱାବଲମ୍ବୀ କାରିଗର ଓ ପମ୍ପ ଡ୍ରାଇଭର ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅବହେଳା କରାଯାଉ ଥିବା ନେଇ ବ୍ଲକ ର ପ୍ରାୟ ୫୦ ଜଣ ସ୍ୱାବଲମ୍ବୀ କାରିଗର ଅଭିଯୋଗ କରିଛନ୍ତି। ଜଳ ଓ ପରିମଳ ବିଭାଗ ରେ ଦେଖା ଦେଇଥିବା ଅବ୍ୟବସ୍ଥା କୁ ଶୀଘ୍ର ସୁଧାର କରିବାକୁ ସାଧାରଣରେ ଦାବି ହୋଇଛି। ଆଜିର ତାଲିମ କାର୍ଯ୍ୟକ୍ରମରେ ଜିପିଇଓ ପଦ୍ମନାଭ ଭାଲ୍ଲା,ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ୨ ରୋହିତ କିସାନ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଵିଆରସିସି ରଞ୍ଜନ ମହାଙ୍କୁଡ଼ ,ପୀଇଓ ଏଡି ପ୍ରସାଦ,ଦିବ୍ୟ ଶଙ୍କର,ପେଶା ସଂଯୋଜକ ବୁଲୁ ମହାଙ୍କୁଡ଼ ,ଅଙ୍ଗନୱାଡି କର୍ମୀ ସହ ସମସ୍ତ ସ୍ୱାବଲମ୍ବୀ କାରିଗର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ