ଡାଲମୀଆ ସିମେଣ୍ଟ କାରଖାନାର ମାନବ ସମ୍ବଳ ପ୍ରବନ୍ଧକଙ୍କୁ ମରଣାନ୍ତକ ଆକ୍ରମଣ

ଚୌଦ୍ୱାର (ସଞ୍ଜୀବ କୁମାର ତିୱାରୀ) : କଟକ ଜିଲ୍ଲା ଗରୁଡ଼ଗାଁ ପଞ୍ଚାୟତ ର ବିଶାଳି ରେ ଥିବା ଡାଲମୀଆ ସିମେଣ୍ଟ କାରଖାନାର ମାନବ ସମ୍ବଳ ପ୍ରବନ୍ଧକ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ଏଥିରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ମିଳିଥିବା ସୂଚନା ଅନୁସାରେ କମ୍ପାନୀର ଏଚଆର ମ୍ୟାନେଜର ଅଜୟ କୁମାର ନାୟକ ଗତ୨୬ ତାରିଖରେ ଅଫିସ ଆସୁଥିବା ବେଳେ ତିନିଜଣ ଯୁବକ କାରଖାନା ପାଚେରୀ ନିକଟରେ ତାଙ୍କ ଉପରେ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ବିଭିର୍ଣ୍ଣ ମାରଣାସ୍ତ୍ର ରେ ତାଙ୍କୁ ଆକ୍ରମଣ କରି ସେଠାରୁ ବାଇକ ଯୋଗେ ଖସି ଯିବାରେ ସଫଳ ହୋଇଥିଲେ। ଅଜୟଙ୍କ ଚିତ୍କାର ଶୁଣି ଅନ୍ୟମାନେ ଆସି ତାଙ୍କୁ ତରନ୍ତ କଟକ ନେଇଯାଇଥିଲେ। ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡିଛି। ଏହାପରେ କାରଖାନା କତ୍ତୃପକ୍ଷଙ୍କ ତରଫରୁ ଟାଙ୍ଗି ଥାନାରେ ଏତଲା ଦିଆଯାଇଛି। ଆକ୍ରମଣକାରୀ ତିନି ଜଣ ଯାକ ଯୁବକ କାନପୁର ଗ୍ରାମର ବୋଲି ଏତଲା ରେ ଦର୍ଶାଯାଇଛି। କାରଖାନା କୁ ଲାଗିକରି ପୋଲିସ ଫାଣ୍ଡି ରହିଥିଲେ ମଧ୍ୟ ଦୁର୍ବୁତ୍ତ ମାନଙ୍କ ଏପରି ଆକ୍ରମଣ କୁ ଭିର୍ଣ ଦୃଷ୍ଟିରେ ଦେଖାଯାଉଛି। ପୋଲିସ କୌଣସି ଆକ୍ରମଣକାରୀ ମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ଆକ୍ରମଣକାରୀ ମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ଜୋରରେ ଉଦ୍ୟମ କରାଯାଉଥିବା ଓସିଏଲ ଫାଣ୍ଡି ଅଧିକାରୀ ଏ କେ ରାଉତ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ