ଭଞ୍ଜନଗର ପୋଲିସ ପକ୍ଷରୁ କୋରନା ସଚେତନତା ଶୋଭାଯାତ୍ରା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) ସବୁଠି ଚାଲିଛି କୋରନା ମହାମାରୀ ରୋଗ ବିରୁଦ୍ଧରେ ଲଢେଇ ଆଉ ଏହି ଲଢ଼େଇରେ ସରକାର ଓ ଜନସାଧାରଣ ଙ୍କ ପାଇଁ ଆଗଧାଡ଼ିର ଯୋଦ୍ଧା ହୋଇ ଠିଆ ହୋଇଛନ୍ତି ଆମ ପୋଲିସ ଭାଇ ମାନେ। ବିଭିନ୍ନ ସଂଘଠନ ପକ୍ଷରୁ କୋରନା ଭୁତାଣୁକୁ ପ୍ରତିରୋଧ ପାଇଁ ସଚେତନତା କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ ପକ୍ଷରୁ ଆଜି ଦିନ ୧୦ଟା ସମୟରେ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏସ ଆଇ ଲିତାରାଣୀ ପରିଡା , ସବଇନ୍ସପେକ୍ଟର ସମୀର କୁମାର ବେହେରା ଙ୍କ ନେତୃତ୍ୱରେ ସମସ୍ତ ପୋଲିସ କର୍ମଚାରୀ ମାନେ ସହରରେ ଏକ ପଦଯାତ୍ରା ଆରମ୍ଭ କରି କୋରନା ସଚେତନତା କରିଛନ୍ତି। ସାମାଜିକ ଦୂରତ୍ୱ ସହ ମାସ୍କ ପରିଧାନ କରିବା। ସାବୁନରେ ହାତକୁ ବାରମ୍ବ।ର ସଫା କରନ୍ତୁ। ସରକାରୀ ନିୟମକୁ ପାଳନ କରି ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ଏ ବାର୍ତା ଦେଇ ଭଞ୍ଜନଗର ପୋଲିସ ଆଜି ଜନସାଧାରଣ ଙ୍କୁ ସଚେତନତା କରାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ