ଡିଆରଡିଏ ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଜନ ପ୍ରତିନିଧି ମାନଙ୍କୁ ନେଇ ଜିଲ୍ଲାପାଳଙ୍କ ବୈଠକ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଏନଏସିର ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ସହରରେ ସଫେଇ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । ରାତ୍ର ସମୟରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଜନ ପ୍ରତିନିଧି ଓ ଏନଏସିକର୍ମଚାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ କହିବା ସହ ସପ୍ତାହର ପ୍ରତି ସୋମବାରରେ ଜଳ ସ୍ୱଚ୍ଛତା ଅଭିଯାନ ରେ ସାମିଲ ହୋଇ ପୋଖରୀ ଗୁଡିକୁ ସଫେଇ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି । ସହରରେ ଥିବା ମନ୍ଦିର ମାନଙ୍କରେ ଡଷ୍ଟବିନ୍ ଗୁଡିକୁ ବ୍ୟବହାର କରିବା ପାଇଁ ଜିଲ୍ଲାପାଳ କହିଥିଲେ । ସହରରେ କରାଯାଇଥିବା ଏମସିସି ସେଣ୍ଟର ଗୁଡିକୁ ସମସ୍ତ ଜନ ପ୍ରତିନିଧି ବୁଲି ଦେଖିବା ପାଇଁ ଜିଲ୍ଲାପାଳ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । ସହରରେ ବୃକ୍ଷରୋପଣକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ବୃକ୍ଷ ଗୁଡିକର ଯତ୍ନ ନେବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ବିକାଶ କାର୍ଯ୍ୟରେ କୌଣସି ରାଜନିତୀ ନ କରି ବିକାଶ ମୂଳକ କାର୍ଯ୍ୟରେ ସମସ୍ତଙ୍କ ସହ ଯୋଗ ମଧ୍ୟ କାମନା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସମସ୍ତେ ସହଯୋଗ କଲେ ଛତ୍ରପୁର ଏନଏସି ଏକ ସ୍ୱଚ୍ଛ ଓ ସୁନ୍ଦର ଏନଏସି ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ଏହି ଅବସରରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ ଏନଏସିରେ ଅଧିକ କନିଷ୍ଟ ଯନ୍ତ୍ରୀ ମାନଙ୍କୁ ନିୟୋଜିତ କରିବା ଦ୍ୱାରା ଏନସିର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ନିତ ହୋଇପାରିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ମଂଚାସୀନ ଥିବା ବେଳେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ୮ ନଂ ୱାର୍ଡ କାଉନସିଲର କେ. ରମେଶ, ୯ ନଂ ୱାର୍ଡ କାଉନସିଲର ପ୍ରିତିଛନ୍ଦା ସାମଲ, ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ୧୧ ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀଙ୍କ ସମେତ ବହୁ ଏନଏସିର ବହୁ ଜନ ପ୍ରତିନିଧି ମାନେ ସାମିଲ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ