ଡିକିଭାଙ୍ଗି ୨୦ହଜାର ଲୁଟି ନେଲେ ଦୁର୍ବୁତ୍ତ
ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ପୁଣି ଲୁଟେରାଙ୍କ ରାଜ । ଦିନ ଦ୍ୱିପହରରେ ବାଇକର ଡିକି ଭାଙ୍ଗି ଲୁଟେରା ୨୦ ହଜାର ଲୁଟି ନେବା ଘଟଣା ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଭଳି ଘଟଣା ବନ୍ତ ଥାନା ଅଧିନ ଛୟାଳସିଂ ବଜାରରୁ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଆମ୍ବଗଢିଆ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁ ସୂଦନ ଘଡେଇଙ୍କ ଗାଡି ଡିକି ଭାଙ୍ଗି ଦୃବୁର୍ତ୍ତ ମାନେ ୨୦ ହଜାର ଟଙ୍କା ସହ ଭୋଟର ପରିଚୟ ପତ୍ର, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସିୂଚନା ଅନୁଯାୟୀ ଉକ୍ତ ଟଙ୍କାକୁ ସେ ବନ୍ତସ୍ଥିତ ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ ଏ.ଟି.ଏମରୁ ଉଠାଇ ଆଣିବା ପରେ ଛୟାଳସିଂ ବଜାରରେ କାମ ଥିବାରୁ ଗାଡି ରଖି କାମ ସାରି ଆସି ଦେଖିବା ବେଳକୁ ଡିକି ଭାଙ୍ଗି ଚୋରି ହୋଇଛି । ଏସଂପର୍କରେ ବନ୍ତ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।


