ଡିଗ୍ରୀ କଲେଜ ସଭା ଗୃହଠାରେ ଜାତୀୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଋଷିକୂଲ୍ୟା ଡିଗ୍ରୀ କଲେଜ ସଭା ଗୃହଠାରେ ଜାତୀୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ | ଶୁକ୍ରବାର ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକର ଋଷିକୂଲ୍ୟା ଡିଗ୍ରୀ କଲେଜ ସଭା ଗୃହଠାରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାତୀୟ ସେବା କାର୍ଯ୍ୟକ୍ରମ ଏନଏସଏସ କାର୍ଯ୍ୟକ୍ରମ ପରିଚାଳକ ଡ଼. ହୃଷିକେଶ ମିଶ୍ରଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚଳିତ ବର୍ଷ ବିଶ୍ୱ ବିଦ୍ୟାଳୟ ସ୍ତରରେ ସମ୍ମାନିତ ହୋଇ ଏହି କଲେଜ ପାଇଁ ସୁନାମ ଆଣିଥିବା ଅଧ୍ୟକ୍ଷ ଡ଼ ହୃଷିକେଶ ମିଶ୍ର ଓ ଛାତ୍ର ଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।ମଞ୍ଚ।ସିନ ଅତିଥିମାନେ ଭାରତ ସରକାରଙ୍କ ଏହିଭଳି ମହତ ପଦକ୍ଷେପ ଦ୍ୱାରା ଜନସାଧାରଣଙ୍କ ମନରେ ସେବା ମନୋବୃତ୍ତି ଓ ସ୍ୱଚ୍ଛତା କୁ ନିଜର ବ୍ରତ ଭାବେ ଗ୍ରହଣ କରି ନିଜ ପରିବେଶକୁ ସୁରକ୍ଷିତ ରଖିବା ନେଇ ଅପଣାଇବା ଉଧେଷ୍ୟରେ ନିଜ ବକ୍ତବ୍ୟ ରଖିଛନ୍ତି। ସମାଜରେ ହେଉଥିବା ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ପରିଚାଳନା, ପୁଅ ଝିଅ ଭେଦ ଭାବ ଓ ଭ୍ରୁଣ ହତ୍ୟା, ବାହ୍ୟ ମଳ ନିବାରଣ ଆଦି ବିଷୟରେ ଆଲୋଚନା ସହିତ ସମାଜରେ ଏହି ଭଳି ସମସ୍ୟାର ସମାଧାନ ନେଇ ଶିବିର ଆୟୋଜନ କରି ଏହାରର ମହତ୍ତ୍ୱ ଓ ଲାଭ ବିଷୟରେ ବୁଝାଇଥିଲେ। ଏବଂ ଚଳିତ ବର୍ଷର ସେବା ଶିବିର ପରିଯୋଜନା କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରାଯାଇଥିଲା।ଏହି ବର୍ଣ୍ଣାଢ୍ୟ ଉଛବରେ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ପାଢି, ଡ଼ା ହୃଷୀକେଶ ମିଶ୍ର, ପ୍ରଦୀପ କୁମାର ସ୍ୱାଇଁ, ସୁଧାଂଶୁ ଶେଖର ପଣ୍ଡା, ବିବେକାନନ୍ଦ ନାୟକ, ତପନ କୁମାର ସାହୁ, ରବୀନ୍ଦ୍ର ପାଣିଗ୍ରାହୀ, ସୋରଡ଼ା ସହକାରୀ କୃଷି ଅଧିକାରୀ ରାଜ କିଶୋର ସ୍ୱାଇଁ, ମହିଳା ଓ ଶିଶୁ ବିକାଶ ଅଧିକାରୀ ସରୋଜିନୀ ବେହେରାଙ୍କ ସହିତ ଜିଲ୍ଲା ଏନ ଏସ ଏସ କାର୍ଯ୍ୟକ୍ରମ ସଂଯୋଜକ ଗଣେଷ ସାହୁ ସହଯୋଗ କରିଥିଲେ।