ଡିସେମ୍ବର ପ୍ରଥମ ସପ୍ତାହରେ ଇଜିପ୍ଟରୁ ଆସି ପହଁଚିବ ୬୦୯୦ ମେଟ୍ରିକ ଟନ୍ ପିଆଜ

ଭିଡିଓ କନଫରେନ୍ସିଂ ଜରିଆରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଚାହିଦାଚା ଅନୁଧ୍ୟାନ କଲେ କେନ୍ଦ୍ର ସରକାର ରପ୍ତାନି ଷ୍ଟକରୁ କିଲୋପ୍ରତି ୫୨-୫୫ ଟଙ୍କାରେ ପିଆଜ ସଂଗ୍ରହ ଲାଗିଚା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଶ୍ରୀ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏଥିପୂର୍ବରୁ ଗତ ୨୩ ତାରିଖରେ ସଚିବଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖାଯାଇଥିଲା । ଏମଏମଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା ୬୦୯୦ ମେଟ୍ରିକ ଟନ ପିଆଜ ଖୁବଶୀଘ୍ର ଇଜିପ୍ଟରୁ ଆସି ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦରରେ ପହଁଚିବ । ଏହା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆସି ପହଁଚିଯିବ ବୋଲି ଆଶା କରାଯାଉଛି । ଏହାଛଡ଼ା ପିଆଜ ପୂର୍ବ-ମୁମ୍ବାଇ ଦର ଅନୁସାରେ କିଲୋପ୍ରତି ୫୨ରୁ ୫୫ ଟଙ୍କା ଦରରେ ରପ୍ତାନି ଷ୍ଟକରୁ ସଂଗ୍ରହ କରି ବିକ୍ରି କରିବା ଲାଗି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି । ସେହିପରି ପୂର୍ବ ଦିଲ୍ଲୀ ଦର କିଲୋପ୍ରତି ୬୦ ଟଙ୍କାରେ ପିଆଜ ଉପଲବ୍ଧ କରାଯାଉଛି । ରାଜ୍ୟ ସରକାରମାନେ ସେମାନଙ୍କ ସ୍ଥାନୀୟ ଷ୍ଟକରୁ ପିଆଜ ନେଇପାରିବେ । ସେମାନଙ୍କୁ ମଧ୍ୟ ନାଫେଡ ଜରିଆରେ ପରିବହନ ସୁବିଧାର ବିକଳ୍ପ ଦିଆଯାଉଛି । ବିଦେଶରୁ ଆମଦାନୀ ହେଉଥିବା ପିଆଜ ଡିସେମ୍ବର ପ୍ରଥମ ସପ୍ତାହଠାରୁ ଯୋଗାଇ ଦିଆଯିବ । ଦିଲ୍ଲୀରେ ମଦର ଡାଏରୀ, କେନ୍ଦ୍ରୀୟ ଭଣ୍ଡାର ଓ ଏନସିସିଏଫ ଏବଂ ନିଜସ୍ୱ ବିକ୍ରୟ କେନ୍ଦ୍ର ଜରିଆରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରୁ ହସ୍ତଗତ ମୋଟ ପିଆଜ ଚାହିଦା ୨୨୬୫ ମେଟ୍ରିକ ଟନ ରହିଛି, ଏଥିରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କେରଳ ଓ ସିକ୍କିମ ସମେତ ଦିଲ୍ଲୀରେ ଯୋଗାଣ ପାଇଁ ନାଫେଡର ଆବଶ୍ୟକତା ସାମିଲ ରହିଛି । ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସେମାନଙ୍କ ପିଆଜ ଚାହିଦା ସମ୍ପର୍କରେ ଯଥାଶୀଘ୍ର ଜଣାଇବା ପାଇଁ ଅନୁରୋଧ କରାଯାଇଛି, ଯଦ୍ଦ୍ୱାରା କେନ୍ଦ୍ର ସରକାର ଏହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନେଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ