ଡିସେମ୍ବର ୧୬ ରୁ ଧାନମଣ୍ଡିର ଶୁଭାରମ୍ଭ ,ଟୋକେନ୍ ମାଧ୍ୟମରେ ଧାନ କିଣା

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକରେ ଧାନମଣ୍ଡି ଖୋଲିବା ପାଇଁ ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଆସନ୍ତା ଡ଼ିସେମ୍ବର ୧୬ ତାରିଖ ଠାରୁ ବୁଗୁଡା ବ୍ଲକର ୧୪ ଗୋଟି ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିବାକୁ ନିଷ୍ପତ୍ତି ହେବା ସହ ଟୋକେନ୍ ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣାଯିବ।ବ୍ଲକରୁ ୭୦ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଧାର‌୍ୟ୍ୟ ହୋଇଥିବାବେଳେ ୬ ଟି ମିଲ ମାଲିକଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ପ୍ରତି ମଣ୍ଡିରେ ୩ଜଣିଆ କମିଟି ଗଠନ ପାଇଁ ସ୍ଥିର ହୋଇଛି।ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ଏସଏସଓ-ଲିଙ୍ଗରାଜ ବେହେରା, ଏଆରସିଏସ- ଏଲ.କେ.ବେହେରା, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ବଜାର ନିରୀକ୍ଷକ-ଅମିତ ମହାନ୍ତି ପ୍ରମୁଖ ବୈଠକରେ ଯୋଗ ଦେଇଥିବା ବେଳେ ବହୁ ଚାଷୀ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ