ଜମି ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି।ସାମାନ୍ୟ ଜମି ବାଡିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କାହ୍ନୁ ଠାକୁର(୭୫) ବୋଲି ଜଣାପଡିଛି।ଘଟଣାରେ ସଂପୃକ୍ତ ତିନି ଅଭିଯୁକ୍ତଙ୍କୁ ଜୁନାଗଡ଼ ପୋଲିସ ଗିରଫ କରିବା ସହ ପଚରା ଉଚରା ଜାରି ରଖିଛି।ମୃତ ବ୍ୟକ୍ତିଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ପାଲିସ ହସ୍ତାନ୍ତର କରିଛି ।ଅନ୍ୟପକ୍ଷରେ ସେହି ଗ୍ରାମର ତିନି ଅଭିଯୁକ୍ତ ମାନସ ଗୋପାଳ, ବିମଲ ଗୋପାଳ, ଅଶୋକ ଗୋପାଳ ଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଜୁନାଗଡ଼ ଭାରପ୍ରାପ୍ତ ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।ପ୍ରକାଶ ଯେ ଗ୍ରାମର ଆକ୍ରମଣର ଶିକାର ହୋଇଥିବା କାଁହୁ ଠାକୁର ଏକ ସରକାରୀ ଜାଗାକୁ ରାସ୍ତା ରୂପେ ବ୍ୟବହାର କରୁଥିଲେ ।ଘଟଣା ଦିନ ଅଭିଯୁକ୍ତ ମାନେ ଉକ୍ତ ରାସ୍ତାକୁ କାଟିଦେଇଥିଲେ।ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ମାନେ ତଣ୍ଟି ଚିପି ଦେଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହାକୁ ନେଇଁ ମୃତକଙ୍କ ପରିବାର ପକ୍ଷରୁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେLଏ ସଂକ୍ରାନ୍ତ ରେ ପୋଲିସ ଏକ ମାମଲାରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ