ଡେଙ୍ଗୁ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର,(ଅନିଲ କୁମାର):ସୋମବାର ଦିନ ପ୍ରାତଃରେ ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଡ଼େଙ୍ଗୁ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ବର୍ଷା ଦିନ ଆରମ୍ଭରେ ଡେଙ୍ଗୁ ବା ପ୍ରାଚୀନ ଆୟୁର୍ବେଦ ନାମ ଦଣ୍ଡାପତାନକ ନହେବା ପାଇଁ ସଚେତନ କରି କହିଲେ ମଶା ଡେଙ୍ଗୁର କାରଣ, ମଶା ନବଢ଼ିବା ପାଇଁ ଘର ଚାରିପାଖରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ମଶାରୀ ଟାଙ୍ଗୀ କିମ୍ବା ନିମ୍ବ ତେଲ ଲଗାଇ ଶୁଅନ୍ତୁ। ପ୍ରତିଷେଧ ପାଇଁ କଣ୍ଟା ମାରିଶ ମୂଳ ତିନି ଗ୍ରାମ ସକାଳୁ ସାତ ଦିନ ଖାଆନ୍ତୁ। ମୁଖ୍ୟ ଲକ୍ଷଣ ସବୁ ସନ୍ଧି ସ୍ଥାନ, ଚକ୍ଷୁ ପଛ ଭାଗ ବ୍ୟଥା, କମ୍ପ ଜ୍ୱର, ଦୁର୍ବଳ ବୋଧହୁଏ । ରକ୍ତଚାପ କମିଯାଏ।ଦେହରେ ନାଲି ନାଲି ଦାଗ ହୁଏ। ଅଧିକ ଲେମ୍ବୁ ଲୁଣ ମଧୁ ମିଶ୍ରିତ ଜଳ ପିଅନ୍ତୁ। ଜ୍ୱର କମିବା ପାଇଁ ଗଙ୍ଗଶିଉଳି ପତ୍ର ରସ ଗୁଳୁଚି, ଶୁଣ୍ଠି ଦିନରେ ତିନି ଥର ଖାଆନ୍ତୁ। ଅଣୁଚକ୍ରିକା ରକ୍ତରେ କମିଲେ ଅମୃତଭଣ୍ଡା ପତ୍ର ରସ ପିଅନ୍ତୁ। ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ