ଡେପୁଟେସନରେ ଚାଲିଛି ସ୍ୱାସ୍ଥ୍ୟସେବା

ହାଟଡିହି, (ବିକାଶ ବିଶ୍ୱାଳ ) :କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଛି । ନା ଡାକ୍ତର ନା କର୍ମଚାରୀ କୌଣସି ଗୋଟିଏ ବିରେ ପୁର୍ଣ୍ଣାଙ୍ଗ ପଦବୀ ନାହିଁ । ୫ଜଣ ଡାକ୍ତରଙ୍କ ବଦଳରେ ଜଣେ ଡାକ୍ତର ଥିବାରୁ ଡାକ୍ତରଖାନାରେ ଏକରକମ ସ୍ୱାସ୍ଥ୍ୟସେବା ଠପ ହୋଇଯାଇଛି । ବାହାର ଡାକ୍ତରଖାନାରୁ କେଉଁଦିନ କେମିତି ଜଣେ ଜଣେ ଡାକ୍ତରଙ୍କୁ ଡେପୁଟେସନରେ ଅଣାଯାଇ ରୋଗୀ ସେବା କରାଯାଉଥିଲେବି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ଡାକ୍ତର ନଥିବାରୁ ରାତିର ଜରୁରୀ କାଳୀନ ସେବା ବନ୍ଦ ହୋଇଯାଇ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କିରାଣି ପଦବୀ ଫାଙ୍କା ପଡିଥିବାରୁ କର୍ମଚାରୀ ମାନେ ଦରମା ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଥିବାବେଳେ ଜନ୍ମମୃତ୍ୟୁ କିରାଣୀ ପଦବୀ ଫାଙ୍କା ପଡିଥିବାରୁ ଜନ୍ମ ମୃତ୍ୟୁ ପ୍ରମାଶପତ୍ର ପାଇଁ ଲୋକେ ମାସ ମାସ ଧରି ଦୌଡୁଛନ୍ତି । ଜନସ୍ୱାସ୍ଥ୍ୟ ସଂପ୍ରସାରାଣ ଅଧିକାରୀ ପଦବୀ ଫାଙ୍କା ପଡିଥିବାବେଳେ ପରିସଂଖ୍ୟାନ ସହାୟକ, ହେଡକ୍ୱାଟର ମହିଳା ପରିଦର୍ଶିକା ପଦବୀ ଫାଙ୍କା ପଡିଛି । ଏନେଇ ଜିଲ୍ଲା ଠାରୁ ରାଜ୍ୟ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ, ଆନ୍ଦୋଳନ ମାନ ହେଉଥିଲେବି କୌଣସି ସୁଫଳ ମିଳିପାରୁନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ