ଡେରିକିରେ ଖୋଲିଲା ନୂତନ ଏଟିଏମ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ଠାରେ ରବିବାର ଏକ ନୂତନ ହିଟାଚି ଏଟିଏମ ଆର୍ଯ୍ୟଲିନା ଏଂଟରପ୍ରାଇଜ୍ସେ ପକ୍ଷରୁ ନମିତା ସ୍ୱାଇଁଙ୍କ ପକ୍ଷରୁ ସ୍ଥାପନ କରାଯାଇଛି । ଯାହାଦ୍ୱାରା ୫ ଗୋଟି ପଂଚାୟତର ଜନସାଧାରଣ ଟଙ୍କା ଉଠାଇବା ପାଇଁ ସହଜ ହେବ ବୋଲି ଜଣାଯାଇଛି । ପୂର୍ବରୁ ଏଠାରେ ବ୍ୟାଙ୍କ ଅଫ ଇଣ୍ଡିଆର ଡେରିକି ଶାଖା ପକ୍ଷରୁ ଏଟିଏମ ଖୋଲା ଯାଇଥିଲା, ପରେ ବନ୍ଦ ହୋଇଯାଇଥିଲା । ଏହାପରେ ଗଂଗଦାହାଟରେ ଇଣ୍ଡି କ୍ୟାସ କମ୍ପାନୀ ପକ୍ଷରୁ ଏଟିଏମ ଖୋଲା ଯାଇଥିଲେ ମଧ୍ୟ କିଛିଦିନ ପରେ ଉକ୍ତ ଏଟିଏମ ମଧ୍ୟ ଅଚଳ ହୋଇ ବନ୍ଦ ହୋଇଯାଇଥିଲା । ଯାହାଫଳରେ ଜନସାଧାରଣମାନଙ୍କୁ ଟଙ୍କା ଉଠାଇବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥିଲା । ଡେରିକି ଠାରେ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଶାଖା ରହିଥିଲେ ମଧ୍ୟ ଏହି ବ୍ୟାଙ୍କରେ ସର୍ବଦା ଭିଡ ରହିଥାଏ । ଏଟିଏମ ନଥିବାରୁ ସ୍ଥାନୀୟ ଲୋକ ଟଙ୍କା ଉଠାଣ ପାଇଁ ନାଉଗାଁ କିମ୍ବା ବାଲିକୁଦା ଯାଉଥିଲେ ।