ଡେରିକିରେ ମୁଗ ଓ ବିରି ମଣ୍ଡି ଉଦଘାଟିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍ନ) : ନାଉଗାଁ ବ୍ଳକ ଡେରିକି ପ୍ରାଥମିକ ସେବା ସମବାୟ ସମିତିରେ ମୁଗ ଓ ବିରି ପାଇଁ ଗୁରୁବାର ମଣ୍ଡି ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସମିତିର ସଭାପତି କରୁଣାକର ନାୟକ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ତାଙ୍କ ସହିତ ଉପ ସହକାରୀ ନିର୍ବନ୍ଧକ ଯୋଗେନ୍ଦ୍ର ନାଥ ବିଶ୍ୱାଳ, ମାର୍କଫେଡ ଗୋଦାମ ପରିଚାଳକ ଧିରେନ୍ଦ୍ର କୁମାର ବାରିକ ପ୍ରମୂଖ ଯୋଗ ଦେଇ ଏହି ମଣ୍ଡି ଖୋଲିବା ଦ୍ୱାରା ଚାଷୀମାନେ ଉଚିତ ମୂଲ୍ୟ ପାଇ ପାରିବେ ବୋଲି ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚାଷୀ ଭାବେ ପ୍ରିୟରଂଜନ ସ୍ୱାଇଁ,ପ୍ରତାପ କୁମାର ସ୍ୱାଇଁ, ବିରଂଚି ନାରାୟଣ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମିତି ସଂପାଦକ ଉଲ୍ଲାସ ଜେନା ପରିଚାଳନା କରୁଥିବା ବେଳେ ସହାୟକ ସଂପାଦକ ବାପୁଜୀ କୁମାର ଜେନା, ଡିଇଓ ପ୍ରଶାନ୍ତ କୁମାର ସ୍ୱାଇଁ , ଶିଖର ସେବା ସମବାୟ ସମିତି ସହ ସଂପାଦକ ପ୍ରଶନ୍ନ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ