ଡ୍ରିମ୍ସ୍ ଡ୍ୟାନ୍ସ୍ ଏକାଡେମୀର ଦ୍ୱିତୀୟ ଗ୍ରାଣ୍ଡ ବାର୍ଷିକ ଉତ୍ସବ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଅନସ୍ଲୋ ଖେଳ ପଡିଆ ଠାରେ ଛତ୍ରପୁର ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡ୍ରିମ୍ସ୍ ଡ୍ୟାନ୍ସ୍ ଏକାଡେମୀର ଦ୍ୱିତୀୟ ଗ୍ରାଣ୍ଡ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । କଳା, ସଂସ୍କୃତିକୁ ବଜାୟ ରଖିବା ପାଇଁ ସର୍ବଦା ଚେଷ୍ଠିତ ଥିବା ଏହି ଅନୁଷ୍ଠାନ ସ୍ଥାନୀୟ ଅଂଚଳର ନୂତନ କଳାକାର ମାନଙ୍କୁ ଆଗେଇ ନେବା ପାଇଁ ସଂକଳ୍ପବଦ୍ଧ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇନପରାମର୍ଶଦାତା ବି. ଶ୍ରିନିବାସ ରାଓ. ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀର ଫାଉଣ୍ଡର ସୋମନାଥ ଜେନା, ଞ୍ଜାନ ବିକାଶ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁନିତା ଦେବୀ ଏବଂ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ପ୍ରମୁଖ ଯୋଗ ଦେଇ ଏହି ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସହରର କିଛି ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଯୋଜକ, କଳାକାର, ଭଦ୍ରବ୍ୟକ୍ତି ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସହରର ଯୁବ ଜ୍ୟୋର୍ତିବିଦ୍ ଦୀପକ କୁମାର ଦାଶ ପରିଚାଳନା କରିଥିବା ବେଳେ ଅୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିବାନନ୍ଦ ଓ ରଶ୍ମିତା ପରିଚାଳନା କରିଥିଲେ । ପ୍ରାରମ୍ଭରେ ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀର ନିର୍ଦ୍ଦେଶକ ପୂର୍ଣ୍ଣଞ୍ଜୟ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ଚେୟାରମ୍ୟାନ ଏମ୍. ଅନିମା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।