ଡ୍ରିମ୍ ଡ୍ୟାନ୍ସ ଏକାଡେମୀର ଡ୍ରୀମସ୍ ନାଇଟ-୧ , ପ୍ରଥମ ବାର୍ଷିକୋତ୍ସବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ସହରର ଡ୍ରିମ୍ ଡ୍ୟାନ୍ସ ଏକାଡେମୀର ଡ୍ରୀମସ ନାଇଟ୍ -୧ ପ୍ରଥମ ବାର୍ଷିକୋତ୍ସବ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏକାଡେମୀର କୁନି କୁନି କଳାକାରମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ସଭାସ୍ଥଳେ । କୁନି କୁନି କଳାକାର ମାନେ ପାଦରେ ପାଦ ଥାପି ମୁରକି ହସି ନାଚ ଗୀତରେ ମସଗୁଲ ହୋଇ ନିଜ ନିଜ ଅଭିଭାବକ ଏବଂ ଅତିଥୀ ମାନଙ୍କ ମନମୁଗ୍ଧ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଡ୍ୟାନ୍ସ ଏକାଡେମୀର ଉନ୍ନତି କାମନା କରିଥିଲେ ଏବଂ ଛତ୍ରପୁର ସହର ଶାନ୍ତି ମୈତ୍ରୀ ଓ ଶୃଙ୍ଖଳାର ସହର ଏଠାରେ ବିଭିନ୍ନ ସମୟରେ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହେଉଛି । ସହରର ସମସ୍ତ ମୈାଳିକ ସମସ୍ୟାର ପୂରଣ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏଠାରେ କ୍ରୀଡା ସଂସ୍କୃତିର ଉନ୍ନତୀ ଘଟି ଚାଲିଛି । ହକି ଏନ୍ତୁଳିଶାଳ ଭାବେ ଛତ୍ରପୁର ତଥା ଦ୍ୱିତୀୟ ସୁନ୍ଦରଗଡ ଭାବେ ପରିଚୟ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା କୁନି କୁନି କଳାକାରମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ଓକେସିଏଲ୍ର ଗଜପତି ଜିଲ୍ଲାର ସଂଯୋଜକ ଶ୍ରୀକାନ୍ତ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ଅପର ବସଷ୍ଟାଣ୍ଡ ବଣିକ ସଂଘର ସଭାପତି ବି.ରାଜିବାବୁ, ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ୟୁଥ୍ ମାସ ସେବା ସଂଘର ସଂପାଦକ ସୟଦ ମୁକ୍ତାର, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବସମାଜ ସେବୀ ସୁଧୀର ପଟ୍ଟନାୟକ, ପୂର୍ବତନ କାଉନସିଲର କେ.ବେବିରାଣୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଛତ୍ରପୁର ସହରର ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ୍ରିମ୍ ଡ୍ୟାନ୍ସ ଏକାଡେମୀର ପ୍ରତିଷ୍ଠତା ସୋମନାଥ ଜେନା ବାର୍ଷିକୋତ୍ସବକୁ ସଭାପତିତ୍ୱ କରିଥିବାବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ନୃତ୍ୟ ନିର୍ଦ୍ଦେଶକ ପୂର୍ଣ୍ଣଞ୍ଜୟ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିଶୁ ମନ୍ଦିରର ଆଚାର୍ଯ୍ୟ ଟି.ସୁରେଶ ଆଚାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦିପକ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଏପରି ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଭିନ୍ନ ଧରଣ ହୋଇଥିବାରୁ ଏକାଡେମୀର ଅଭିଭାବକ ଏବଂ ଜନସାଧାରଣ ପକ୍ଷରୁ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ନୃତ୍ୟ ନିର୍ଦ୍ଦେଶକ ପୂର୍ଣ୍ଣଞ୍ଜୟ ଜେନାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ