ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଥାନା ଘେରାଉ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଆଜି ମୃତ ଶିକ୍ଷକଙ୍କ ପରିବାର ଓ ହତ୍ୟାକରୀଙ୍କ ପରିବାର ପକ୍ଷରୁ ନନ୍ଦିପଦା ଥାନା ଘେରାଉ କରାଯାଇଛି । ଗିରଫ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପୁନଃ ତଦନ୍ତ ଦାବିରେ ଗତ ୨୦ତାରିଖ ଦିନ ଉଭୟଙ୍କ ପରିବାର ପକ୍ଷରୁ ମରୈଗାଁ ଛକ ନିକଟ;ରେ ରାସ୍ତାରୋକ କରାଯାିଥିବାବେଳେ ପୁଲିସ ରିମାଣ୍ଡରେ ଆଣିବ ବୋଲି ପ୍ରତିଶୃତି ଦେଇଥିଲେବି ଅଧିକ ତଦନ୍ତ ନକରାଇବା ଓ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ଅପରାଧି ମାନଙ୍କୁ ପୁଲିସ ଗିରଫ କରୁନଥିବାରୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଉଭୟଙ୍କ ପରିବାର ଲୋକେ ଦାବି କରିଛନ୍ତି ।
ମୃତକଙ୍କ ଭାଇ କଳାକର ସ୍ୱାଇଁଙ୍କ ଅଭିେଯୋଗ ଅନୁଯାଇ ତାଙ୍କ ଭାଇ ଅନିରୁଦ୍ଧ ସ୍ୱାଇଁଙ୍କୁ ଗତ ନଭେମ୍ବର ୧୩ତାରିଖ ରାତିରେ ମରୈଗାଁର ଭଡାଘରେ ଅତି ଅମାନୁସିକ ଭାବେ ହତ୍ୟା କରାଯାଇଥିଲା । ଏନେଇ ଆମେ ଥାନାରେ ହତ୍ୟାକରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲୁ । କିନ୍ତୁ ପୁଲିସ ଉପଯୁକ୍ତ ତଦନ୍ତ ନକରି ପୁଲିସ କଣିଆରୀ ଗ୍ରାମର ଅରୁପ ଯେନା ନାମକ ଜଣେ ଯୁବକକକୁ ଗିରଫ କରି କୋର୍ଟ ଚାଲାଣ କରିଦେଲା । ଏପରିକି ପରବର୍ତ୍ତୀ ସମୟରେ ଅରୁପକୁ ରିମାଣ୍ଡରେ ଆଣି ତଦନ୍ତ କରିବାକୁ ଆମେ ଦାବି କରୁଥିଲେ ମଧ୍ୟ ଆମ ଦାବିପ୍ରତି ପୁଲିସ କର୍ଣ୍ଣପାତ କରୁ ନାହିଁ । ପ୍ରକୃତ ହତ୍ୟାକାରୀ ମାନେ ଖୁଲାମଖୁଲା ବୁଲୁଥିବାବେଳେ ସେମାନଙ୍କୁ ଗିରଫ କରିବା ଲାଗି କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଗିରଫ ହତ୍ୟାକାରୀ ଅରୁପଙ୍କ ବାପା ସୁଦର୍ଶନ ଜେନା କହିଛନ୍ତି ଯେ ଆମ ପୁଅ ମାଛିଟିଏ ବି ମାରେନି ସେ ନିର୍ଦ୍ଦୋଶ, ତାକୁ ମିଛରେ ପୁଲିସ ଗିରଫ କରିଛି । ସେ ସାଖି ହେବାକଥା କିନ୍ତୁ ତାକୁ ଅପରାଧି ସଜେଇ ପୁଲିସ ଗିରଫ କରିଛି । ସେ ଜେଲରେ ଥାଇ ଆମକୁ ତାର ଯେଉଁ ବୟାନ ଦେଇଛି । ଏଥିରେ ଅନ୍ୟମାନେ ସଂପୃକ୍ତ ଅଛନ୍ତି, କିନ୍ତୁ ତାର ସେହି ବୟାନ ଉପରେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ସେ ଅଭିଯୋଗ କରିଛନ୍ତି । ସୁଦର୍ଶନଙ୍କ ସହିତ ତାଙ୍କ ଗ୍ରାମର ଅର୍ଚ୍ଚନା ଜେନା, ଇନ୍ଦିରା ପ୍ରୀୟଦର୍ଶନୀ ଜେନା, ଶାନ୍ତିଲତା ଜେନା, ଜମୁନା ଜେନା, ଶାନ୍ତୀ ଜେନା, କନକ ଜେନା, ଖଡିକା ଜେନା, ପ୍ରାଣବନ୍ଧୁ ଜେନା, କମଳାକାନ୍ତ ଜେନା, ରୁକ୍ମଣୀ ଜେନା, ଭାରତୀ ଜେନା, ସୁଶାନ୍ତ ଜେନା, ନିତ୍ୟାନନ୍ଦ ଜେନା, ଫକିର ଜେନା, ସଞ୍ଜୁଳତା ଜେନା, ତପଇ ଜେନା, ଦିପକ ଜେନା, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଜଳଧର ସ୍ୱାଇଁ, ଝରଣା ସ୍ୱାଇଁ, ମାଳତୀ ସ୍ୱାଇଁଙ୍କ ସମେତ ୫୦ରୁ ଉର୍ଦ୍ଧ ଲୋକ ଆଜିର ଏହି ଥାନା ଘେରାଉରେ ସାମିଲ ହୋଇଥିଲେ । ଥାନା ଆଇଆଇସି ଆଜି ଡ୍ୟୁଟିରେ କେନ୍ଦୁଝର ଯାଇଥିବାରୁ ଆନ୍ଦୋଳନକାରୀ ମାନେ ଦିନ ୧୨ଟାରୁ ଅପରାହ୍ନ ପର୍ଯ୍ୟନ୍ତ ଥାନା ସମ୍ମୁଖ ପଡିଆରେ ବସିରହିଥିବା ଦେଖିବାକୁ ମିଳିଥିଲା ।