ତଦନ୍ତକାରୀ ଅଧିକାରୀ ଏବଂ ଏପିପି ମାନଙ୍କ ମିଳିତ ସମନ୍ୱୟ ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ଆଜି ସ୍ଥାନୀୟ ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ତଦନ୍ତକାରୀ ଅଧିକାରୀ ଏବଂ ଏପିପି ମାନଙ୍କୁ ନେଇ ଏକ ମିଳିତ ସମନ୍ୱୟ ବୈଠକ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ତଦନ୍ତକାରୀ ଅଧିକାରୀ ଏବଂ କ୍ୟାଡର ଏପିପି, ଏପିପି ମାନଙ୍କ ଭିତରେ ସମନ୍ୱୟ ରହି ବିଭିନ୍ନ ମକଦ୍ଦମା ପରିଚାଳନା କଲେ ବିଭିନ୍ନ ମାମଲା ଗୁଡିକରେ ଅପରାଧୀ ମାନେ ସଠିକ୍ ଦଣ୍ଡ ପାଇପାରିବେ ଏବଂ ଉଚିତ ଦଣ୍ଡାଦେଶ ହୋଇପାରିବ ବୋଲି ଆଲୋଚନା ହୋଇଥିଲ।। ଯାହାଫଳରେ ମକଦ୍ଦମା ଗୁଡିକର ଆରମ୍ଭ ରୁ ହିଁ ଏହା ଦୃଢିଭୂତ ହୋଇପାରିବ । କୋର୍ଟ ପକ୍ଷରୁ ଆଇନ ସଚେତନା କରାଯାଉଛି ଏଥିରେ ପୁଲିସ ଓ ଏପିପି ମାନେ ସାମିଲ ହେଲେ ଜନସାଧାରଣ ତାର ସୁଫଳ ପାଇ ପାରିବେ ବୋଲି ଆଲୋଚନା ମାଧ୍ୟମରେ ଅଧିକାଂଶ ଏପିପି ମାନେ ମତପ୍ରକାଶ କରିଥିଲେ । ଏହାସହ ଆମ ପୁଲିସ କାର୍ଯ୍ୟକ୍ରମରେ ଏପିପି ମାନେ ସାମିଲ ହୋଇ ଆଇନର ବିଭିନ୍ନ ଦିଗ ଉପରେ ଜନସାଧାରଣଙ୍କୁ କହିପାରିବେ । ଦୂରଦୁରାନ୍ତରେ ଥିବା ତଦନ୍ତକାରୀ ଅଧିକାରୀ ଯେପରି ବିଚାରଣା ସମୟରେ ଆସି ଉପସ୍ଥିତ ନିଜର ତଥ୍ୟ ଉପସ୍ଥାପନ କରି ପାରିବେ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଥିଲ।। କେସ୍ ର ତଦନ୍ତକାରୀ ଅଧିକାରୀ ମାନେ ଅବସରନେଇ ଚାଲିଯାଇଥିଲେ କିମ୍ବା ଦୂରକୁ ବଦଳି ହୋଇ ରହିଥିଲେ ସୁଦ୍ଧା ସେମାନେ ବିଚାରଣା ସମୟରେ କିପରୀ ପହଞ୍ଚି ସହଯୋଗ କରିପାରିବେ ତା ଉପରେ ମଧ୍ୟ ଆଲୋଚନା ହୋଇଥିଲ।। ଏପିପି ମାନଙ୍କୁ ପରିଚୟ ପ୍ରଦାନ କରିବା ନିମନ୍ତେ କେତେଜଣ ଏପିପି ଗଂଜାମ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଆଲୋଚନା ବୈଠକରେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୈାଧୂରୀ, ଡିଏସପି ଏସ. ପ୍ରଧାନ, ଡିଏସପି ଅଜୟ କୁମାର ମିଶ୍ର, ଡିଆଇବି ଇନିସପେକ୍ଟର ଲକ୍ଷ୍ମଣ ସେଠୀ, ଇନିସପେକ୍ଟର ଗଣପତି ବେହେରା, ଆଇନ ପରାମର୍ଶ ଦାତା ତଥା ଅବସରପ୍ରାପ୍ତ ଜିଲ୍ଲାଜଜ୍ କେ.ଧର୍ମା ରାଓ ଦୋରା, କ୍ୟାଡର ଏପିପି (ଛତ୍ରପୁର) ରାଜେଶ କୁମାର ମିଶ୍ର, ଏପିପି କୃଷ୍ଣ ଚନ୍ଦ୍ର ବେହେରା, ସୁରେନ୍ଦ୍ର କୁମାର ପଣ୍ଡା, ସୈାରୀ ପ୍ରସାଦ ବେହେରା, କାଳୀ ପ୍ରସାଦ ଦାଶ, ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, ପ୍ରଦୀପ ପାତ୍ରଙ୍କ ସମେତ ଜିଲ୍ଲାର ବହୁ କ୍ୟାଡର ଏପିପି, ଏପିପି ମାନେ ଉପସ୍ଥିତ ଥିଲେ ।


