ତପ୍ତପାଣି ଘାଟିରେ ଯାତ୍ରୀବାହି ବସ ମହାଲକ୍ଷ୍ମୀ ଦୁର୍ଘଟଣା ଗ୍ରସ୍ଥ, ୧୦ ଜଣ ଆହତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ ତପ୍ତପାଣି ଘାଟିରେ ଯାତ୍ରୀବାହି ବସ ମହାଲକ୍ଷ୍ମୀ ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ୧୦ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅତର୍ଗତ ଟି ଗୋବିନ୍ଦପୁର ପାଞ୍ଚୟତ ତପ୍ତପାଣି ପାଳୁଖୋଳା ନିକଟରେ ଆଜି ସକାଳ ସମୟ ରେ ମହାଲକ୍ଷ୍ମୀ ନାମକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଅଛି । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଛି । ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପୋଡାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଆଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଘରୋଇ ବସ ମହାଲକ୍ଷ୍ମୀ ବ୍ରେକ ଫେଲ ହୋଇଯାଇଥିଲା l ହେଲେ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଛି। ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ