ତଳହାସିନପୁର-ବୃନ୍ଦାବନପୁର ରାସ୍ତା ଅବସ୍ଥା ଶୋଚନୀୟ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତଳ ହାସିନପୁର-ବୃନ୍ଦାବନପୁର ଗ୍ରାମ୍ୟ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତାଟି ମୁଖ୍ୟ ରାଜ୍ୟ ରାଜପଥ ବନ୍ତ-ଆନନ୍ଦପୁର ତଳ ହାସିନପୁର ଛକ ଠାରୁ ବୃନ୍ଦାବନପୁର ଗ୍ରାମକୁ ଯାଇଛି । ଗତ ୧୦ ବର୍ଷ ପୂର୍ବେ ଏହି ମାଟି ରାସ୍ତା ନିର୍ମାଣ ହୋଇଥିଲା । ଏହି ରାସ୍ତା ଉପରେ ଦୈନନ୍ଦିନ ଶହ ଶହ ଲୋକ ଯାତାୟତ କରିଥାନ୍ତି । ବିଶେଷକରି ତଳ ହାସିନପୁର, ବୃନ୍ଦାବନପୁର, ରୁପୁଡି, ଦାସସାହି ସମେତ ଆଖପାଖରେ ଥିବା ୫ଟି ଗ୍ରାମର ଚାଷୀ ଏହି ମାଟି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନେଇ ୧୦ଟି ଗ୍ରାମର ଲୋକ ମାନେ ପ୍ରଶାସନ ଠାରେ ବାରମ୍ବାର ଦାବୀ କରିଆସୁଛନ୍ତି । ହେଲେ ପ୍ରଶାସନ ଏଥିପ୍ରତି ନଜର ଦେଉନଥିବା ଅଭିଯୋଗ ହୋଇଛି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲେ ପ୍ରାୟ ୨୦ଟି ଗ୍ରାମର ଲୋକଙ୍କ ସମେତ ଛାତ୍ରଛାତ୍ରୀ ଓ ଚାଷୀ ମାନେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳବାସୀ କହିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ