ତହସିଲଦାରଙ୍କ ଅଚାନକ ଗସ୍ତ
ଶେରଗଡ,(ବିଭୁ ପ୍ରସାଦ ଦାଶ):ଶେରଗଡ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଆଜି ସକାଳୁ ସକାଳୁ ସଦଳବଳେ କୁମାରପାଣି ଓ କରଡାକଣା ଯାଇ ଜନସାଧାରଣ କିପରି କୋଭିଡ ନିୟମ ମାନି ଚଳୁଛନ୍ତି ତାହାର ତଦାରଖ କରିବା ସହ କୋରନାରୁ ନିଜେ ବର୍ତିବା ସହ ଅନ୍ୟମାନଙ୍କ ଜୀବନ କିପରି ରକ୍ଷା ପାଇପାରିବ ସେହି ବିଷୟରେ ବୁଝାଇବା ସହ ମାକ୍ସ ବ୍ୟବହାର କରିବା ଓ ସାବୁନରେ ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକମାନଙ୍କୁ ବୁଝାଇ ସଚେତନ କରିଥିଲେ| ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଙ୍କ ଏପରି ସଚେତନ କରିବା କାର୍ଯ୍ୟକ୍ରମକୁ ଲୋକମାନେ ଭୂୟସୀ ପ୍ରଶଂସା କରିଥିଲେ |