ତହସିଲ୍ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଅପରାଧୀକୁ ଗିରଫ ଦାବିରେ କାର୍ଯବନ୍ଦ ଆନ୍ଦୋଳନ
ଜଗତସିଂହପୁର,(ଅନସୂୟା ରାଉତ): ୫ଦିନ ତଳେ ବାଲିକୁଦା ଥାନା ଅନ୍ତର୍ଗତ ମରିଚିପୁର ହାଟରେ ଜଣେ ଦୁର୍ବୁତ୍ତ ମରିଚିପୁର ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ କରିଥିଲା। ଗୋଟିଏ ସର୍ଭେ କାର୍ଯ୍ୟ କରୁଥିବା ବେଳେ ବାଲିକୁଦା ତହସିଲ୍ ଦାରଙ୍କ ଉପସ୍ଥିତିରେ ରାଜସ୍ବ ନିରୀକ୍ଷକ ସୁବାସ ସ୍ବାଇଁଙ୍କୁ ସ୍ଥାନୀୟ ପ୍ରକାଶ ନାୟକ ନାମକ ଦୁର୍ବୁତ୍ତ ଆକ୍ରମଣ କରିଥିଲା। ପରେ ପରେ ଏହି ଘଟଣା ସମ୍ପର୍କରେ ତହସିଲ୍ ଦାର ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜକୁ ପାଞ୍ଚଦିନ ଧରି ବାଲିକୁଦା ପୋଲିସ ଆସାମୀକୁ ଧରିବାପାଇଁ ଜଲବିଛାଇଛି। ଆଜି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ରାଜସ୍ବ କର୍ମଚାରୀ ଆସାମୀକୁ ଗିରଫ୍ ଦାବୀରେ କଲମଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦୁଇ ଦିନ ତଳେ ବାଲିକୁଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଏକ ଦାବିପତ୍ର ବାଲିକୁଦା ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଆଜି ଜଗତସିଂହପୁର ଜିଲ୍ଲା ପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଏବାବଦରେ ଅଭିଯୋଗ ହୋଇଛି। ଯଦି ଆସାମୀ ପ୍ରକାଶକୁ ଗିରଫ୍ କରାନଯାଏ ତେବେ ରାଜ୍ୟର ଆମଲା ମାନେ କଲମ ଛାଡ ଆନ୍ଦୋଳନ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି।


