ତହସିଲ ସ୍ତରୀୟ ସମୀକ୍ଷା
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ଓ ଗଞ୍ଜାମ ତହସିଲସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ତହସିଲ ସ୍ତରରେ ଅଙ୍ଗନୱାଡୀ କେନ୍ଦ୍ର ନିମନ୍ତେ ଜାଗା ଚିହ୍ନଟ କରିବା ଏବଂ ଅଙ୍ଗନୱାଡି କେନ୍ଦ୍ରର ଜମିଜମା ସମ୍ବନ୍ଧୀୟ ଯେଉଁ ସବୁ ଅସୁବିଧା ରହିଛି ତାହାକୁ ତୁରନ୍ତ ସମାଧାନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଥିଲେ । ଗ୍ରାମପଞ୍ଚାୟତ ଗୁଡିକରେ ନିଲାମ ନହୋଇ ରହିଥିବା ସୈରାବତ କୁ ତୁରନ୍ତ ନିଲାମ କରିବା, ଭତ୍ତା ବଣ୍ଟନ ବା ଚୟନରେ ଆରଆଇ ଏବଂ ଭିଏଲବ୍ଲ୍ୟୁ ମାନେ ମିଳିତ ଭାବେ କାର୍ଯ୍ୟକରିବା, ଆରଆଇ ସର୍କିଲ ଅଧିନରେ ପଡି ରହିଥିବା ସମସ୍ତ ମ୍ୟୁଟେସନ କେଶ୍ ତୁରନ୍ତ ଫଏସଲା କରିବା ଏବଂ ଓଏଲଆର (୮) କେସ ଗୁଡିକ କ୍ୟାମ୍ପ ମାଧ୍ୟମରେ ଫଏସଲା କରିବା , ଓବିସି, ରେସିଡେନ୍ସ,ଜାତିଗତ ପ୍ରମାଣପତ୍ର ଠାରୁ ଆରମ୍ଭ କରି ବିଭିନ୍ନ ସାର୍ଟିଫିକେଟ କିପରି ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ପ୍ରଦାନ କରାଯିବ ସେଥି ପ୍ରତି ଗୁରୁତ୍ୱ ଦେବା ନିମନ୍ତେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି କହିଥିଲେ । ଏହା ସହ ବେଆଇନ ଭାବେ ଚାଲାଣ ହେଉଥିବା ଲଘଜୁ ଖଣିଜ ଉପରେ ନୀୟମିତ ଚଢଉ କରିବା, ସରକାରୀ ଜମିକୁ ଚିହ୍ନଟ କରି ସରକାରୀ ଖାତାକୁ ଆଣିବା, ବେଆଇନ ଇଟା ଭାଟି ଉପରେ ନୀୟମିତ ଚଢଉ କରିବା, ଗ୍ରାମକଣ୍ଠକ ପଟ୍ଟା ପ୍ରଦାନ କରିବା ଏବଂ ବିଭିନ୍ନ କାର୍ଯ୍ୟ ଉପରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଆସିଷ୍ଟାଂଟ୍ କଲେକ୍ଟର ବିକ୍ରମ ଦୋରା, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ରାଜସ୍ୱ ଅଧିକାରୀ ଅଖିଳ କୁମାର ସାବତଙ୍କ ସମେତ ଗଂଜାମ ଓ ଛତ୍ରପୁର ବ୍ଲକର ଜିପିଓ, ବିଏସଏସଓ, ରାଜସ୍ୱ ସୁପରଭାଇଜର ଓ ଆଇସିଡିଏସ ସୁପରଭାଇଜର, ସମେତ ଦୁଇଟି ତହସିଲ ଅନ୍ତର୍ଗତ ସମସ୍ତ ଆରଆଇମାନେ ଉପସ୍ଥିତ ଥିଲେ ।


