ସଡ଼କ ସୁରକ୍ଷା ନେଇ ଗଂଜାମ ଏସପିଙ୍କ ସମୀକ୍ଷା

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ଏସପିଙ୍କ ସମ୍ମିଳନୀ କକ୍ଷରେ ସଡ଼କ ସୁରକ୍ଷା ଉପରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲ। । ଗଞ୍ଜାମ ପୁଲିସ ଜିଲ୍ଲାର ବିିଭିନ୍ନ ଥାନାଂଚଳରେ ଘଟୁଥିବା ସଡ଼କ ଦୁର୍ଘଟଣା କିପରି ରୋକାଯାଇ ପାରିବ ସେଥି ପ୍ରତି ଧ୍ୟାନ ଦେବାକୁ ଗଂଜାମ ପୁଲିସ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ମାନଙ୍କୁ କହିଥିଲେ । ଏହା ସହିତ ନୀୟମିତ ହେଲିମେଟ୍ ଚେକିଂ ଓ ସଡ଼କ ନୀୟମ ଭାଙ୍ଗୁଥିବା ବାଇକ ଚାଳକଙ୍କ ଉପରେ ତୀକ୍ଷଣ ନଜର ରଖିବା । ଥାନା ଅଂଚଳରେ କେଉଁ ରସ୍ତାରେ କୋଣସି ସମସ୍ୟା ରହିଛି ତାହା ଉପରେ ଜଣେ ଥାନା ଅଧିକାରୀଙ୍କ ମତାମତ ନିଆଯାଇଥିଲା । ରାସ୍ତା ଗୁଡିକରେ ଅଜଥାରେ ହୋଇଥିବା ହମସ୍ ଦ୍ୱାରା ବହୁ ବାର ମଧ୍ୟ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ଏହାସହ ସଡକ ସୁରକ୍ଷା ଉପରେ ଗଂଜାମ ଆରଟିଓ ମଧ୍ୟ ନିଜ ମତ ରଖିଥିଲେ । ଏହାସହ ଥାନାଂଚଳ ଗୁଡ଼ିକରେ ପଡ଼ି ରହିଥିବା ୱାରେଟିଂ ଧରିବା, ବେଆଇନ ମଦ କାରବାର ଉପରେ ନୀୟମିତ ଚଢଉ କରିବା, ଗ୍ରାମାଂଚଳ ଗୁଡ଼ିକରେ ଗୁଣିଗାରେଡ଼ି ସନ୍ଦେହ ଦୂର କରି ଆମ ପୁଲିସ ସମିତି ବୈଠକ ମାଧ୍ୟମରେ ବ୍ୟାପକ ସଚେତନ କରିବା, ଦଲାଲଙ୍କ ମାଧ୍ୟମରେ ବିନା ପଞ୍ଜିକରଣରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନଙ୍କୁ ରୋକିବା ଏବଂ ଥାନାଂଚଳ ଗୁଡ଼ିକରେ ପଡ଼ି ରହିଥିବା କେଶ୍ ଗୁଡ଼ିକ ତୁରନ୍ତ ସମାଧାନ କରିବା ଉପରେ ଏସପି ରାଏ ଗୁରୁତ୍ୱାରୋପ କରିଥିଲେ । ବୈଠରେ ଗଞ୍ଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ସୀତାରାମ ଶତପଥୀ ଓ ଅମରେଶ କୁମାର ପଣ୍ଡା, ଡିଏସପି ଏସ.ପ୍ରଧାନ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜିତେନ୍ଦ୍ର କୁମାର ଦେହୁରୀ, ରିଜର୍ଭ ଇନିସପେକ୍ଟର ସୁବଳ କୁମାର ସୋରେନ୍ ୍ , ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିିଶ୍ୱାଳ, ଭଞ୍ଜନଗର ଏମଭିଆଇ, ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସମେତ ଗଞ୍ଜାମ ପୁଲିସ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ଉଚ୍ଚପଦାଧିକାରମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ