ତାକରଡା କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଳକର ତାକରଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଶ୍ରୀ ଶ୍ରୀ ଭଗବତ ସ୍ଵାମୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମହାରଣାଙ୍କ ସଭାପତିତ୍ଵରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୨ଟି ବିଦ୍ୟାଳୟର ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ମନ୍ତ୍ର ପାଠ କରିଥିଲେ ଓ ଶିକ୍ଷକ ପ୍ରଭାତ ବିଶ୍ୱାଳ ସଂଯୋଜନା କରିଥିଲେ। ଅବସରପ୍ରାପ୍ତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁଃଖୀଶ୍ୟାମ ଦାସ ମୁଖ୍ୟବକ୍ତା ଭାବେ ଏବଂ ତାକରଡା କ୍ଲଷ୍ଟର ସି.ଆର.ସି.ସି ଅନନ୍ତ କୁମାର ସାହୁ, ଭଗବାନପୁର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ତାକରଡା ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ, ଏସଏମସି ସଭାନେତ୍ରୀ ଜୀତାଶ୍ରୀ ନାୟକ ଓ ବ.ନୂଆଗାଁ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ଦଣ୍ଡପାଣି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।