ତାପମାତ୍ରା ଅନୁଭବ କରିପାରୁଥିବା ଟେବୁଲ

ଆଜିକାଲି ଅନେକ ପ୍ରକାରର ଆସବାବପତ୍ର ଆସିଗଲାଣି । ଫୋଲ୍ଡିଂ ଆସବାବ ସହ ବିଭିନ୍ନ ଅଜବ ଆସବାବ ବି ରହିଛି । ନିକଟରେ ଆଉ ଏକ ପ୍ରକାରର ଅଜବ ଆସବାବପତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ୟୁକେ, ଅକ୍ସଫୋର୍ଡର ଡିଜାଇନର୍ ଜେ’ ୱାଟସନ୍ ତିଆରି କରିଛନ୍ତି ଏହି ଖାସ୍ ଆସବାବପତ୍ର । ଯାହା ତାପମାତ୍ରାକୁ ଅନୁଭବ କରିପାରେ । ଏହା ଏକ ଟେବୁଲ ଓ ବେଞ୍ଚ ଅଟେ, ଯାହା ଉପରେ ବସିବା ପରେ ମଣିଷ ଶରୀର ମଧ୍ୟସ୍ଥ ତାପମାତ୍ରାକୁ ଅନୁଭବ କରିଥାଏ । ଆଉ ବ୍ୟକ୍ତି ଜଣଙ୍କ ଉଠିଯିବା ପରେ ଟେବୁଲରେ ରହିଯାଏ ବସିଥିବା ଭଙ୍ଗୀରେ ଏକ ଚିତ୍ର । ଏଭଳି ହେବା ପଛର କାରଣ ହେଉଛି ଟେବୁଲ ଓ ବେଞ୍ଚ ଉପରେ ହୋଇଥିବା ଥର୍ମୋକ୍ରୋମିକ ଫିନିଶ୍ । ମଣିଷ ହୁଅନ୍ତୁ କି ମଗ୍ ଅବା ପ୍ଲେଟ୍ ଭଳି ବସ୍ତୁ, ଟେବୁଲ ଓ ବେଞ୍ଚର ଉପରିଭାଗ ଯେତେବେଳେ ସେଗୁଡିକର ତାପମାତ୍ରା ସଂସ୍ପର୍ଶରେ ଆସେ ସେହି ଆକାରର ଚିହ୍ନ ସୃଷ୍ଟି ହୋଇଯାଏ । ଅନେକ ସମୟରେ ତ ଲୋକେ ଏହାକୁ ଦେଖି ଭୟ କରି ଯାଆନ୍ତି । ଆଉ ଯିଏ ଏହା ବିଷୟରେ ଅବଗତ ଥାଆନ୍ତି ସେମାନେ ଏହି ତାପାମାତ୍ରାଜନିତ ଚିତ୍ରକୁ ଦେଖି ମଜା ଉଠାଇଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ