“ସାଇଲେଣ୍ଟ୍ ଷ୍ଟ୍ରୋକ୍’: ଜଣାପଡ଼େନି ଲକ୍ଷଣ, ଡାକିଆଣେ ବିପଦ

ମସ୍ତିଷ୍କ କିମ୍ବା ହାର୍ଟରେ ଷ୍ଟ୍ରୋକ୍ ହେବା ପରେ ଆମେ ତୁରନ୍ତ ଏହାର ଚିକିତ୍ସା କରେଇ ନେଇଥାଉ । କିନ୍ତୁ ଅନେକ ସମୟରେ ମସ୍ତିଷ୍କରେ “ସାଇଲେଣ୍ଟ୍ ଷ୍ଟ୍ରୋକ୍’ ହୋଇଥାଏ । ଏହି ଷ୍ଟ୍ରୋକ୍ ହେଲେ ବିଶେଷ ଲକ୍ଷଣ ଜଣାପଡ଼ୁ ନ ଥିବାରୁ ସାଧାରଣତଃ କେହି ଜାଣିପାରିନଥାନ୍ତି । ମସ୍ତିଷ୍କର ଟେଷ୍ଟ କରିବା ପରେ “ସାଇଲେଣ୍ଟ୍ ଷ୍ଟ୍ରୋକ୍’ ହୋଇଛି ବୋଲି ଡାକ୍ତର ଜାଣିବାକୁ ପାଇଥାନ୍ତି ।
“ସାଇଲେଣ୍ଟ୍ ଷ୍ଟ୍ରୋକ୍’ ମସ୍ତିଷ୍କର ଛୋଟ ଭାଗ ଉପରେ ପ୍ରଥମେ ପ୍ରଭାବ ପକାଇଥାଏ । ଏଥିପାଇଁ ମସ୍ତିଷ୍କର ସେଲ୍ କାମ କରିବା ବନ୍ଦ କରି ଦେଇଥାଏ । କିନ୍ତୁ ଏପରି ଷ୍ଟ୍ରୋକ୍ ଶରୀର ପାଇଁ କ୍ଷତିକାରକ ନୁହେଁ । ଏହା କେବଳ ଆପଣଙ୍କ ସ୍ମୃତି ଶକ୍ତି ଉପରେ ପ୍ରଭାବ ପକାଇଥାଏ । କିନ୍ତୁ ଠିକ୍ ସମୟରେ “ସାଇଲେଣ୍ଟ୍ ଷ୍ଟ୍ରୋକ୍’ର ଚିକିତ୍ସା କରାଇ ନ ନେଲେ ଭବିଷ୍ୟତରେ ବଡ଼ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ ରହିଛି ।
ସାଇଲେଣ୍ଟ ଷ୍ଟ୍ରୋକ୍ ହେବାର କାରଣ କ’ଣ ଜାଣନ୍ତୁ ।
– ବ୍ଲଡ୍ କ୍ଲଟ୍
– ଉଚ୍ଚ ରକ୍ତଚାପ
– କୋଲେଷ୍ଟ୍ରଲ ସ୍ତର ବଢ଼ିବା
– ଡାଇବେଟିସ୍
– ଡ୍ରଗ୍ସର ଅତ୍ୟଧିକ ବ୍ୟବହାର
– ମୁଣ୍ଡରେ ଆଘାତ ଲାଗିବା
ସାଇଲେଣ୍ଟ ଷ୍ଟ୍ରୋକ୍ର ଲକ୍ଷଣ
ସାଇଲେଣ୍ଟ୍ ଷ୍ଟ୍ରୋକ୍ ହେଲେ ସିଟି ସ୍କାନ୍ ଓ ଏମ୍ଆରଆଇ କରିବା ପରେ ମସ୍ତିଷ୍କରେ “ହ୍ୱାଇଟ୍ ସ୍ପଟ୍’ ଥିବା ଦେଖିବାକୁ ମିଳିଥାଏ । ଯାହା ନିଷ୍କ୍ରିୟ ହୋଇ ପଡ଼ିଥିବା ସେଲ୍କୁ ଦେଖାଇଥାଏ । ଏହାପରେ ବ୍ୟକ୍ତିକୁ “ସାଇଲେଣ୍ଟ୍ ଷ୍ଟ୍ରୋକ୍’ ହୋଇଛି ବୋଲି ଡାକ୍ତର ଜାଣିପାରିଥାନ୍ତି ।
ଏହା ବ୍ୟତୀତ କିଛି ଅନ୍ୟ ଲକ୍ଷଣ ମଧ୍ୟ ରହିଛିୟ ଯେପରିକି :
– ବାରମ୍ବାର ପଡ଼ିଯିବା
– ୟୁରିନ୍ ଲିକ୍ ହେବା
– ଶରୀର ଉପରେ ନିଜ ନିୟନ୍ତ୍ରଣ ନ ରହିବା
– ବାରମ୍ବାର ମୁଡ୍ ଚେଞ୍ଜ୍ ହେବା
– ଚିନ୍ତା ଶକ୍ତି ଉପରେ ପ୍ରଭାବ ପଡ଼ିବା
ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ
୧. ପ୍ରତିଦିନି ବ୍ୟାୟାମ କରନ୍ତୁ । ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ “ସାଇଲେଣ୍ଟ୍ ଷ୍ଟ୍ରୋକ୍’ର ଆଶଙ୍କା ୪୦ ପ୍ରତିଶତ କମ୍ ଥାଏ ।
୨. ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁୟ
୩. ଫାଷ୍ଟ ଫୁଡ୍ ଓ ଅଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
୪. ସବୁଜ ପନିପରିବା ଅଧିକ ଏବଂ ଆମିଷ କମ୍ ଖାଆନ୍ତୁ ।
୫. ସୁଗାରକୁ ନିୟନ୍ତ୍ରଣରେ ରଖନ୍ତୁ । ଅଧିକ ମିଠା ଖାଆନ୍ତୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ