ତାମିଲନାଡୁରେ ଫସି ରହିଛନ୍ତି ଶ୍ରମିକ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ଯେଉଁ ୧୬ ଜଣ ଶ୍ରମିକ ତାମିଲନାଡୁର ଥିରୁଭେଲୁର ଜିଲ୍ଲାରେ ଫସି ରହିଛନ୍ତି ସେମାନେ ହେଲେ ବୁଗୁଡା ଏନଏସିର ଜଳନ୍ଧର ସ୍ଵାଇଁ(୪୬) ଓ ତ୍ରିନାଥ ମହାରଣା(୭୬) ମୋଟ ୨ ଜଣ। ବୁଗୁଡା ବ୍ଲକର ବେଠିଆ ବୋରଦା ଗ୍ରାମର ଅନିଲ କୁମାର ସ୍ୱାଇଁ(୪୫), ଖରିଡା ଗ୍ରାମର ଗୌର ବିଷୋୟୀ(୬୦), ଲକ୍ଷ୍ମଣ ବିଷୋୟୀ(୫୮), ସୁରେନ୍ଦ୍ର ବିଷୋୟୀ(୫୭),ଓ ସୁର ବିଷୋୟୀ (୪୬), ସୋଲଣ୍ଡି ଗ୍ରାମର କୃଷ୍ଣ ଗୌଡ଼(୩୩) ଓ ପ୍ରଶନ କୁମାର ଭୂୟାଁ(୫୦), ବିରିପୁର ଗ୍ରାମର ଯୋଗେନ୍ଦ୍ର ବିଷୋୟୀ(୪୬),କୁଞ୍ଜବନ ଗ୍ରାମର ଗନ୍ଧିଆ ଭୂୟାଁ (୫୩),ବଡ଼ ଖରିଡା ଗ୍ରାମର ବିଜୟ କୁମାର ଗୌଡ଼ (୫୦), ମୋଟ ୧୦ ଜଣ । ପୋଲସରା ବ୍ଲକର ମଥୁରା ଗ୍ରାମର ସନ୍ତୋଷ ପ୍ରଧାନ(୫୩), କେଳା ରାଉତ(୫୦),ଓ ଚିତ୍ରସେନ ସ୍ଵାଇଁ(୩୫) ମୋଟ ୩ ଜଣ ଏବଂ ଜଗନ୍ନାଥ ପ୍ରସାଦ ବ୍ଲକର ପାଇକରାପଲ୍ଲୀ ଗ୍ରାମର କୋକ ସ୍ଵାଇଁ(୪୬) ଜଣେ । ଏହିପରି ଗଞ୍ଜାମ ଜିଲ୍ଲାର ମୋଟ ୧୬ ଜଣ ଶ୍ରମିକ ଥିରୁଭେଲୁର ଜିଲ୍ଲାର ମାଦରପଟମ ପୋଲିସ ଥାନା ଇଲାକାରେ ଫସି ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ବୁଗୁଡା ବ୍ଲକ ସୋଲଣ୍ଡି ଗ୍ରାମର ପ୍ରଶନ କୁମାର ଭୂୟାଁ ଙ୍କ ମୋବାଇଲ ନଂ ୭୬୮୨୯୮୧୧୫୦ ଅଟେ। ଏନେଇ ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ରଙ୍କ ସହ ଯୋଗାଯୋଗ ବେଳେ ପ୍ରକାଶ କରିଥିଲେ ଯେ ଏହି ବିଷୟ ନେଇ ସେ ଗଞ୍ଜାମ ଜିଲ୍ଳାପାଳ ମହୋଦୟଙ୍କୁ ଅବଗତ କରାଇଛନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ