ମାଣିତରା ସ୍କୁଲରେ ପୋଷାକ ଓ ଜୋତା ବଣ୍ଟନ ମେଳା

ବୁଗୁଡା- ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ରେଜିଓନାଲ ହାଇ ସ୍କୁଲରେ ମଙ୍ଗଳବାର ଦିନ ଅନୁଷ୍ଟିତ ପୋଷାକ ଓ ଜୋତା ବଣ୍ଟନ ମେଳାରେ ୩୧୭ ଜଣ ଛାତ୍ରୀ ଓ ଛାତ୍ରଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା। ମାଣିତରା ସରପଞ୍ଚ ଶାନ୍ତି ଲତା ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କ।ର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏବିଇଓ ତଥା ବିଆରସିସି ପ୍ରମୋଦ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଏବଂ ସମ୍ମାନୀତ ଅତିଥି ଭାବେ ଏସଏମସି ସଭାପତି ପାଣ୍ଡବ ପ୍ରଧାନ, ସମାଜସେବୀ ବାବୁଲ ନାୟକ ଓ ସିଆରସିସି ଭବାନୀ ଶଙ୍କର ପାତ୍ର ଯୋଗ ଦେଇଥିଲେ।ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ସଂଯୋଜନା କରିଥିବା ବେଳେ ଅନ୍ୟାନ କମିଟି ସଦସ୍ୟ ଓ ସଦସ୍ୟା ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଏହି କ।ର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ