ତାରସିଂ ପୋଲିସ ଓ ଆମ ଓଡ଼ିଶା ମିଳିତ ସହଯୋଗରେ ରେ ରକ୍ତଦାନ ଶିବିର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା ମାହାମରୀ ପାଇଁ ଲକ୍ ଡାଉନ ଚାଲିଥିବା ବେଳେ ସରକାର ବହୁ ସାମାଜିକ ଓ ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି। ବିଭିନ୍ନ ଅନୁଷ୍ଠାନ ଓ ସଂଘଠନ ପକ୍ଷରୁ ଚାଲି ଆସୁଥିବା ରକ୍ତଦାନ ଶିବିର ଆୟୋଜନ ହୋଇପାରୁନାହିଁ। ଏ ନେଇ ତାରସିଂ ପୋଲିସ ଓ ଆମ ଓଡ଼ିଶା ପକ୍ଷରୁ ଏକ ମିଳିତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ତାରସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ ଓ ଆମ ଓଡ଼ିଶାର ମିଳିତ ଉଦ୍ୟମରେ ତାରସିଂ ଥାନା ପରିସରରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏହି ଶିବିର କୁ ଉଦଘାଟନ କରିଥିବା ବେଳେ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ରକ୍ତଦାତା ମାନକୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ତାରସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ ଓ ଭଞ୍ଜନଗର ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା ଙ୍କ ମିଳିତ ତତ୍ୱବୋଧନରେ ଆୟୋଜିତ ରକ୍ତଦାନ ଶିବିରରେ ଜଣେ ମହିଳା ଗୃହରକ୍ଷୀ ଙ୍କ ସମେତ ମୋଟ ୨୪ଜଣ ରକ୍ତଦାନ କରିଛନ୍ତି। ଏହି ରକ୍ତଦାନ ଶିବିରରେ ଆଇ ଆରବି ବାଟାଲିୟନ ଡେପୁଟି ସୁବୋଦର ଦୀପକ କୁମାର ବଳ , ଏସଆଇ ପ୍ରଦୀପ୍ତ କୁମାର ମଲ୍ଲିକ , ସମାଜ ସେବୀ ଶୂଳପାଣି ଶତପଥୀ , ଉଦୟନାଥ ମିଶ୍ର , ବସନ୍ତ କୁମାର ମିଶ୍ର, ସାମ୍ବାଦିକ ଭବାନୀ ଶଙ୍କର ପାଳ ଓ ଶିବରାମ ଦାସ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ , ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ , ଗାଲେରି ଯୁବ ସଂଘଠକ ସୂର୍ଯ୍ୟ ନାରାୟଣ ଶତପଥୀ , କୋକଳବା ସରପଞ୍ଚ ନିର୍ମଳ ନାୟକ , ତାରସିଂ ସରପଞ୍ଚ ପ୍ରତିନିଧି ଜିତୁ ପ୍ରଧାନ , ଜିଲ୍ଲା ପରିଷଦ ପ୍ରତିନିଧି ରଙ୍କନିଧି ପାତ୍ର ଓ ନାରାୟଣ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାରର ସୁରେନ୍ଦ୍ର ମହାପାତ୍ର, ଇତିଶ୍ରୀ ତ୍ରିପାଠୀ,ବିପିନ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ସେଠୀ,ଗଣେଶ ନାୟକ ଓ ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ