ତିନିଲକ୍ଷ ଟାଙ୍କାର ଲୁହାରଡ଼ ଠକେଇ, ଜଣେ ଅଟକ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ଥାନାଅଧିକାରୀ କହୁଛି ବୋଲି କହି ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଟାଟା କୁହାରଡ଼ ଠକେଇ ଅଭିଯୋଗରେ ଗଞ୍ଜାମ ଥାନା ପୋଲିସ ଜଣଙ୍କୁ ଅଟକ ରଖିଛି । ଗତ ସାତ ତାରିଖ ଦିନ ଛତ୍ରପୁର ନିକଟସ୍ଥ ଶ୍ରୀମାଟ୍ରେଡ଼ସ କୁ ଗଞ୍ଜାମ ଥାନା ଅଧିକାରୀ କହୁଚି ବୋଲି କହି , ଥାନାରେ ଘର କାମ ହେଉଛି, ଟାଟା ଲୁହା ରଡ଼ ଅଛି କି ବୋଲି ପଚାରିବା ସହ କେତେ ପରିମାଣ ର ଲୁହା ରଡ଼ ଲାଗିବ ଆମ ଲୋକ ପଠାଉଛି, ଦେଇଦେବେ ବୋଲି କହି ଫୋନ କରିଥିଲେ । ଗଂଜାମ ଥାନା ଅଧିକାରିଙ୍କ ନାମରେ ଏପରି କହିଥିଲେ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଥାନାର ମନଜ ମାଝୀ (୩୬)।ପରେ ଛତ୍ରପୁର ଶ୍ରୀମା ଟ୍ରେଡ଼ସରେ ଗାଡି ଧରି ପହଁଚିଥିଲେ ମନଜ । ଥାନା ଅଧିକାରୀ ପଠାଇଛନ୍ତି ବୋଲି ମାଲିକଙ୍କୁ କହି ଆବଶ୍ୟକ ପଡୁଥିବା ଲୁହାରଡ଼ ର ତାଲିକା ପ୍ରଦାନ କରିବା ସହ ତିନି ଲକ୍ଷ ୬୪ ହଜାର ଟଙ୍କା ର ଲୁହା ରଡ଼ ଟ୍ରେଡ଼ସ ମାଲିକ ଦେଇଥିଲେ । ଲୁହା ରଡ଼ ଗାଡ଼ିରେ ଲୋଡ଼ କରି ମନଜ କୃଷ୍ଣ ପ୍ରସାଦ ର ଦୁଇ ଜଣଙ୍କୁ ବିକ୍ରି କରିଦେଇଥିଲେ । ପରେ ଟ୍ରେଡ଼ସ ମାଲିକ ଆସି ନିଜର ପ୍ରାପ୍ୟ ଗଂଜାମ ଥାନା ଅଧିକାରୀଙ୍କୁ ମାଗିବାରୁ ଥାନା ଅଧିକାରୀ କାବୁକ ହୋଇଯାଇଥିଲେ । ପରେ ଟ୍ରେଡ଼ସ ମାଲିକଙ୍କୁ କରାଯାଇଥିବା ଓ ଅନ୍ୟ ଏକ ଫୋନକୁ ଯାଞ୍ଚ କରି ତଦନ୍ତ ବେଳେ ଚତୁର୍ଥ ବ୍ୟକ୍ତିଜଣଙ୍କ କୃଷ୍ଣ ପ୍ରସାଦ ବ୍ଲକର ବୋଲି ଜଣାପଡିଥିଲା । ଗଞ୍ଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ସେକେଣ୍ଡ ଅଫିସର ଅଜିତ କୁମାର ପରିଡା ଏକ ଟିମ ତୁରନ୍ତ କୃଷ୍ଣ ପ୍ରସାଦ ବ୍ଲକର ତିନି ସ୍ଥାନରେ ଛାନଭିନ ଓ ମୋବାଇଲ ଟ୍ରାକ କରି ମନୋଜ କୁ କାବୁ କରିଥିଲେ । ପରେ ତାକୁ ଜେରା ବେଳେ ସେ ନିଜେ ଟ୍ରେଡ଼ସ କୁ ଥାନା ଅଧିକାରୀ ବୋଲି କହି ଖାଡି ଆଣିବା ସ୍ୱୀକାର କରିବା ସହ ତିନି ସ୍ଥାନରେ ଲୁହା ରଡ଼ ବିକ୍ରୀ କରିଥିବା ସୂଚନା ଦେଇଥିଲା । ଉକ୍ତ ସୂଚନା ପ୍ରକାରେ ପୋଲିସ ଚଢ଼ାଉ କରି ସମସ୍ତ ତିନି ଲକ୍ଷ ୬୪ ହଜାର ଟଙ୍କାର ଲୁହାରଡ଼ ଜବତ କରିବା ସହ ମନୋଜ କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି । ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।