ତିନି ଚକ କମିଟିର ମନୋନୟନ ଶେଷ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ଜଳସେଚନ କାର୍ଯ୍ୟାଳୟ ସେକ୍ସନ-୨ରେ ୩ ପାଣି ପଞ୍ଚାୟତ ଚକ କମିଟିର ମନୋନୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ କଟକଣା ମଧ୍ୟରେ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଗ୍ରହଣ ଓ ଦାଖଲ କାର୍ଯ୍ୟ ହୋଇଥିଲା । ୧୧ଟା୩୦ରୁ ଅପରାହ୍ନ ୨ଟା ପ୍ରାର୍ଥୀ ପତ୍ର ଯାଞ୍ଚ ଓ ଯୋଗ୍ୟ ପ୍ରାର୍ଥୀ ତାଲିକା ଘୋଷଣା, ୨ଟା ୩୦ରୁ ୩ଟା ୩୦ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ଅପରାହ୍ନ ୪ଟା ୩୦ରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା । ଘୋଷଣା ଅନୁଯାୟୀ ୩୪ନଂ.ରେ ୨୦ ଗୋଟି ସୋଠ ଓ ୪୦ନଂ.ରେ ୨୮ ଗୋଟି ସୋଠ ପାଇଁ କମିଟି ସଦସ୍ୟ ମାନେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ । ସେହିପରି ୨୬ନଂ. ପାଣି ପଞ୍ଚାୟତର ୨୫ ଗୋଟି ସୋଠ ମଧ୍ୟରୁ ୨୧ ଗୋଟି ସୋଠର ସଭ୍ୟ ମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୨ଟି ସୋଠରେ ପ୍ରତିଦ୍ୱନ୍ଦିତା ହେବା ସହ ଅନ୍ୟ ୨ଟିରେ ଗୁଳା ମାଧ୍ୟମରେ ମନୋନୀତ କରାଯିବ ବୋଲି ଜଣାଯାଇଛି । ନିର୍ବାଚନ ଅଧିକାରୀ ଭାବେ କନିଷ୍ଠ ଯନ୍ତ୍ରୀ ଇଂ.ଅମୁଲ୍ୟ କୁମାର ରାଉତ, ଇଂ.ମନୋଜ କୁମାର ସେଠୀ ଦାୟୀତ୍ୱ ତୁଲାଇଥିବା ବେଳେ ଲକ୍ଷ୍ମୀକାନ୍ତ ସିଂ, ପ୍ରଶାନ୍ତ ରାଉତ, ସୁରେନ୍ଦ୍ର ନାଏକ, ବାଇଧର ସେଠୀ, ଭାଗବତ ଟୁଡୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ