ତିନୋଟି ଦୁଃଖଠାରୁ ବଳି ଦୁଃଖ ନାହିଁ: ଚାଣକ୍ୟ

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଗୁଡାଏ ଜୀବନମନ୍ତ୍ର ଦେଇ ଯାଇଛନ୍ତି । ସେ ସବୁକୁ ମାନି ଚଳିଲେ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥାଆନ୍ତି । ଚାଣକ୍ୟଙ୍କ ମତରେ ଏହି ସବୁ ସଙ୍କେତ ଦେଖାଦେଳେ ନିଶ୍ଚିତ ହୋଇଯିବା ଉଚିତ ଯେ ମୃତ୍ୟୁ ପାଖେଇ ଆସିଲାଣି । ତେବେ ଚାଲନ୍ତୁ ଜାଣିବା ସେ ସଙ୍କେତ ସବୁ କ’ଣ ।\nରହିବା ପାଇଁ ଅନ୍ୟ କାହା ଉପରେ ଭରସା କରିବା ଅର୍ଥାତ ବୁଝିନେବା ଉଚିତ ଯେ ବ୍ୟକ୍ତିର ଖରାପ ସମୟ ଆସିଗଲା । କଥାରେ ଅଛି ପରାଶ୍ରୟଠାରୁ ଆଉ ଦୁଃଖ ନାହିଁ । ଯେତେ ପର୍ଯ୍ୟନ୍ତ ରହିବା ପାଇଁ ମୁଣ୍ଡ ତଳେ ନିଜ ଘରର ଛାତ ଅଛି ସେ ପର୍ଯ୍ୟନ୍ତ ଆପଣ ସୁରକ୍ଷିତ । ମୁଣ୍ଡ ଉପରୁ ଛାତ ଖସିଗଲେ ଜାଣନ୍ତୁ ଯେ ଖରାପ ସମୟ ଆସିଗଲା ।\nଯଦି ତୁମ ପାଇଁ କାହା ଆଖିରୁ କେବେ ଲୁହ ଖସେ ତେବେ ନିଶ୍ଚିତ ହୋଇଯାଆନ୍ତୁ ଯେ ତୁମର ଖରାପ ସମୟ ଆସିଗଲା । ଅନ୍ୟ କୌଣସି ବି ପାପଠାରୁ ଏହା ବଡ ହୋଇଥାଏ । ଜଣେ ବ୍ୟକ୍ତିର ଆଖି ଆଖି ଲୁହର କାରଣ ସାଜିଥିବା ବ୍ୟକ୍ତି କେବେ ସୁଖୀ ହୋଇପାରନ୍ତି ନାହିଁ ।\nବୃଦ୍ଧକାଳରେ ନିଜର ଜୀବନସାଥୀଙ୍କଠାରୁ କୌଣସି କାରଣରୁ ଅଲଗା ହେବା ବି ଖରାପ ସମୟ ଆସିବାର ସୂଚନା । ଜୀବନ ସାଥୀ ପରିଣତ ବୟସରେ ଛାଡପତ୍ର ଦିଅନ୍ତୁ ବା ତାଙ୍କର ଦେହାନ୍ତ ହୋଇଯାଉ ତାହାକୁ ସହ୍ୟ କରିବା ବିପରୀତ ଲୋକ ପକ୍ଷେ ଖୁବ୍ କଷ୍ଟ ହୋଇପଡ଼େ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ