ତିରିଡାରେ ଉତ୍କଟ ହେଉଛି ପାନୀୟ ଜଳ ସଂକଟ , କାମ ଦେଉନି ଜଳ ଯୋଗାଣ ପ୍ରକଳ୍ପ

କୋଦଳା :(ଗୁଲସନ୍ କୁମାର କର) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳଯୋଗାଣ ଯୋଜନା ଫେଲ ମାରିବାକୁ ବସିଥିବା ବେଳେ ବ୍ଲକ କାର୍ଯ୍ଯାଳୟ ନିକଟସ୍ଥ ପଞ୍ଚାୟତ ଖଣ୍ଡିଆନଈରେ ଏହି ସମସ୍ଯା ଉତ୍କଟ ରୂପ ଧାରଣ କରିଛି। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସରକାର କହୁଥିବା ବେଳେ ଯଥା ପୂର୍ବଂ ତଥା ପରଂ ନୀତିରେ ଜଳ ଯୋଗାଣ ବ୍ଯବସ୍ଥା ଚାଲିଛି। ଏହି ପଞ୍ଚାୟତର ତିରିଡା ସର୍ବାଧିକ ଜନବସତି ଗ୍ରାମ।ପ୍ରାୟ ୪ ହଜାର ରୁ ଉର୍ଦ୍ଧ୍ବ ଲୋକ ବାସ କରୁଥିବା ଏହି ଗ୍ରାମ ଓ ମିରିଗିଲେଣ୍ଡି ଗ୍ରାମ ପାଇଁ ପାଇଁ ୭୫ ହଜାର ଲିଟର ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି ସତ, କିନ୍ତୁ ଏଯାବତ୍ କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ଗ୍ରୀଷ୍ମ ଋତୁରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ଆବଶ୍ୟକତା ଅନୁସାରେ ନଳକୂପ ନଥିବା ବେଳେ କୂପରୁ ପାଣି ଶୁଖିଗଲାଣି। ଜଳ ଯୋଗାଣ ପାଇଁ ବୋର ଓ୍ବେଲ୍ ଓ ପାଣିଟାଙ୍କି ନିର୍ମାଣ ସରିବା ପରେ ବି କାର୍ଯ୍ୟକ୍ଷମ ନ ହେବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ସମସ୍ତ କାର୍ଯ୍ୟ ସରିଥିବା ବେଳେ ମିରିଗିଲେଣ୍ଡି ଗ୍ରାମକୁ ପାଣି ଯୋଗାଇ ଦିଆଯାଉଛି ସତ, କିନ୍ତୁ ଅଧିକ ଲୋକ ବାସ କରୁଥିବା ତିରିଡା ଗ୍ରାମକୁ ଏଯାବତ୍ ପାଣି ଯୋଗାଇ ଦିଆଗଲା ନାହିଁ। ଏ ନେଇ ବେଗୁନିଆପଡ଼ା ପାନୀୟ ଜଳଯୋଗାଣ ଯନ୍ତ୍ରୀଙ୍କୁ ପଚାରିବାରୁ କାହିଁକି ପାଣି ଯୋଗାଣ ହୋଇନି ସେ ନେଇ ବୁଝିବା ପରେ କହିବେ ବୋଲି କହିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ମଧ୍ୟ ବୁଝିବେ ବୋଲି କହିଥିଲେ। ଏଭଳି ପରିସ୍ଥିତିରେ କେବେ ମିଳିବ ପାଣି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ