ତିରିଶ ବର୍ଷ ପରେ ବନ୍ଧୁ ମିଳନ ଉତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଶୁକପୋଖରୀ ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟ ର ୧୯୯୩ ମସିହା ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ କୋଣାର୍କ ର ମା ରାମଚଣ୍ଡୀ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ତିରିଶ ବର୍ଷ ପରେ ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇ ନିଜନିଜ ର ପୁରୁଣା ସ୍ମୃତି କୁ ସାଉଁଟିଥିଲେ l ପୁରାତନ ଛାତ୍ର ହରିହର ଙ୍କ ପୌରହିତରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବ ରେ ଶିକ୍ଷକ ବସନ୍ତ ସ୍ୱାଇଁ, ପର୍ଶୁରାମ ବେହେରା, ସନ୍ତୋଷ ସାହୁ, ବିଶ୍ୱରଞ୍ଜନ ଦାଶ, ରାଜ କିଶୋର ଜେନା, ଦିଲୀପ ସ୍ୱାଇଁ, ଅଶୋକ ବେହେରା, ପ୍ରମୋଦ ଦାଶ ଙ୍କୁ ଉପଢୌକନ, ପୁଷ୍ପ ଗୁଚ୍ଛ ଦେଇ ଛାତ୍ର ଛାତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ l ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଶୀବାଦ କରିବା ସହ ଦୀର୍ଘ ତିରିଶ ବର୍ଷ ତଳର ଶିକ୍ଷାଦାନ କରିବା କ୍ଷେତ୍ରରେ ନିଜ ନିଜ ଭୁମିକା ଉପରେ ବକ୍ତବ୍ୟ ରଖିଥିଲେ l ମିଲନ, ତୁଷାର, ମିଟୁ, ନାରଣ, କିଶୋର, ପ୍ରମୋଦ, ରାଜେଶ, ବଂଶୀଧର, ପ୍ରତାପ, ପବିତ୍ର, ଅଧୀର, ଦୁର୍ଗା ପ୍ରମୁଖ ଛାତ୍ର ଓ ମମତା, କଳ୍ପନା, ଚାରୁଲତା, ଜ୍ୟୋସ୍ନା ରାଣୀ, ମନସ୍ବିନୀ, ମଳୟ, ଗୀତା, ପ୍ରଣତି, ତୃପ୍ତି ପ୍ରତିମା ପ୍ରମୁଖ ଛାତ୍ରୀ ମାନେ ଏହି ବନ୍ଧୁ ମିଳନ ଉତ୍ସବ ରେ ଯୋଗଦେଇଥିଲେ lପରେ ନୈଶ ଭୋଜି ର ଆୟୋଜନ କରାଯାଇ ଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ