ତିରୁଣା ଓ ଅଲଣା ରେ ଧାନ ମଣ୍ଡି ଉଦଘାଟିତ

ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ, ତିରୁଣା ଓ ଅଲଣା କୃଷି ସମବାୟ ସମିତିରେ ଧାନମଣ୍ଡି ଶୁକ୍ରବାର ଉଦଘାଟିତ ହୋଇଯାଇଛି । ନାଉଗାଁ ଧାନ ମଣ୍ଡି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମିତିର ସଭାପତି ଅନିଲ କୁମାର ଲେଙ୍କା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ମଣ୍ଡି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ସଂପାଦକ ଜ୍ୟୋତି ପ୍ରକାଶ ଲେଙ୍କା, କର୍ମଚାରୀ ବିରଂଚି କୁମାର ପରିଡା, ଅଜୟ କୁମାର ସ୍ୱାଇଁ, ବିକାଶ କୁମାର ସ୍ୱାଇଁ, ଧାନ କ୍ରୟ କମିଟିର ସଦସ୍ୟ ଭାନୁ ପ୍ରତାପ ନାୟକ, କେଦାର ଚରଣ ନାୟକ, ଅଜୟ କୁମାର ମହାନ୍ତି, ଅଭୟ ଲେଙ୍କାଙ୍କ ସମେତ ବୋର୍ଡର ଅନ୍ୟାନ୍ୟ ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ । ଏହି ସମିତିରେ ୫୬୧ଜଣ ଚାଷୀ ପଂଜୀକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୫୦୦ କୁଂଇଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହପରି ତିରୁଣା ସମିତିର ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନାଉଗାଁ ଶାଖା ପରିଚାଳକ ଆଲଫା ରଶ୍ମୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନ ମଣ୍ଡିକୁ ଉଦଘାଟନ କରିଥିଲେ । ତାଙ୍କ ସହିତ ସମିତିର ସଭାପତି ପ୍ରମୋଦ କୁମାର ଲେଙ୍କା, ଧାନ କ୍ରୟ କମିଟିର ସଦସ୍ୟ ରୋହିତ କୁମାର ବିଶ୍ୱାଳ, ବାସୁଦେବ ଦାସ, ଅକ୍ଷୟ ସ୍ୱାଇଁ, ବୋର୍ଡ ସଦସ୍ୟ ନରେଶ ବେହେରା, ପ୍ରତାପ ସାସମଲ, ଚାଷୀ ପ୍ରଫୁଲ ଲେଙ୍କା, ପ୍ରତାପ ବିଶ୍ୱାଳଙ୍କ ସମେତ କ୍ରୟ କମିଟିର ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମିତିର ସଂପାଦକ ରଂଜନ କୁମାର ବେହେରା ପରିଚାଳନା କରୁଥିବା ବେଳେ କିରାଣୀ ସଚିନ ବେହୁରା ସହଯୋଗ କରିଥିଲେ । ଏହି ସମିତିରେ ୮୦୦ଜଣ ଚାଷୀ ପଂଜୀକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭ ହଜାର ୫ଶହ କୁଂଇଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଅଲଣା କୃଷି ସମବାୟ ସମିତିର ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ତାଙ୍କ ସହିତ ଏଆରସିଏସର ଆଂଚଳିକ ଅଧିକାରୀ ଶିବ ପ୍ରସାଦ ମହାନ୍ତି, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନାଉଗାଁ ଶାଖା ପରିଚାଳକ ଆଲଫା ରଶ୍ମୀ ସ୍ୱାଇଁ, ଆରଏମ୍‌ସିର ଅଧିକାରୀ ସୂର୍ଯ୍ୟକାନ୍ତ ଦାସ, ଧାନ କ୍ରୟ କମିଟିର ସଦସ୍ୟ ପ୍ରମୋଦ କୁମାର ରାୟ, ବିଜୟ ପରିଡା, ପଦ୍ମଚରଣ ମହାନ୍ତି, ପ୍ରଫୁଲ ପରିଡା, ପରିଚାଳନା ପରିଷଦର ସଭ୍ୟ ସୁଶାନ୍ତ ଦାସ, ମନ୍ମଥ ଓଝା, ସଭ୍ୟା ଲତିକା ମଂଜରୀ ମହାନ୍ତିଙ୍କ ସମେତ କ୍ରୟ କମିଟିର ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମିତିର ସଂପାଦିକା ବନ୍ଦିତା ରାୟ ପରିଚାଳନା କରୁଥିବା ବେଳେ ଡିଇଓ ରଂଜନ କୁମାର ଲେଙ୍କା, କର୍ମଚାରୀ ରୁଦ୍ରନାରାୟଣ ରାଉତ, ନରେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ସମିତିରେ ୭୦୧ଜଣ ଚାଷୀ ପଂଜୀକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭ ହଜାର କୁଂଇଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ