ତିରୁଣା ସେବା ସମବାୟ ସମିତି ନିର୍ବାଚନ : ସଭାପତି ଭାବେ ପ୍ରମୋଦ ଲେଙ୍କା ନିର୍ବାଚିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ସେବା ସମବାୟ ସମିତିର ସଭାପତି ଭାବେ ପ୍ରମୋଦ କୁମାର ଲେଙ୍କା ବୁଧବାର ନିର୍ବାଚିତ ହୋଇଛନ୍ତି । ଏହି ଆସନ ପାଇଁ ନିର୍ବାଚନ ରଣାଙ୍ଗନରେ ଥିବା ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ମଧ୍ୟରେ ସଭାପତି ଆସନ ପାଇଁ ପ୍ର୍ତିଦ୍ୱନ୍ଦିତା କରୁଥିବା ସମୟରେ ପ୍ରମୋଦ କୁମାର ଲେଙ୍କା ୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ନିର୍ବାଚନ ଅଧିକାରୀ ଚିତରଂଜନ ନାୟକ ଓ ସମବାୟ ସମିତି ସଂପାଦକ ରଂଜନ କୁମାର ବେହେରା ତାଙ୍କୁ ସଭାପତି ଭାବେ ଘୋଷଣା କରିଥିଲେ । ନବ ନିର୍ବାଚିତ ସଭାପତି ଶ୍ରୀ ଲେଙ୍କାଙ୍କୁ ବୋର୍ଡ ସଦସ୍ୟ ପ୍ରତାପ ସାମଲ, ପ୍ରତାପ ବିଶ୍ୱାଳ, ରବିନ୍ଦ୍ର ପରିଡା, ଭଗବାନ ନାୟକ, ନରେଶ ବେହେରା, ମନୋରଂଜନ ଦାସ, କାଳନ୍ଦି ପରିଡା, ଜ୍ଞାନରଂଜନ ପରିଡା ଆଦିଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା ।