ତିରୁପତିଠାରେ ଅଖିଳ ଭାରତ ହିନ୍ଦୁ ମହାସଭା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅଖିଳ ଭାରତ ହିନ୍ଦୁ ମହାସଭା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜୁଲାଇ ୧୩ ଓ ୧୪ ଦୁଇଦିନ ଧରି ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଶ୍ରୀ ଶ୍ରୀ ତିଦଣ୍ଡିଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ପାଣ୍ଡେ, ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ଦୀନେଶ ଭୋଗଲେ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ଦ୍ୱିବେଦୀ, ପଣ୍ଡିତ ଆତ୍ମରାମ ତିୱାରୀଙ୍କ ସମେତ ପ୍ରତି ରାଜ୍ୟର ଅଧ୍ୟକ୍ଷ ତଥା ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ଓଡ଼ିଶା ପ୍ରଦେଶର ରାଜ୍ୟ ଅଧ୍ୟକ୍ଷା ଶ୍ରୀମତୀ ଗୀତା ଚୟନୀ, ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନମାନଙ୍କରେ ହିନ୍ଦୁ ମହାସଭାର ସଂଗଠନକୁ ମଜଭୁତ କରି ଭାରତର ସମସ୍ତ ନାଗରିକମାନଙ୍କର ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବଞ୍ôଚବା ଓ ବଢିବାର ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରିବାର ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶାରୁ ଶ୍ରୀ ବିଜୟ କୁମାର ଆ•ର୍ଯ୍ୟଙ୍କୁ ଅଖିଳ ଭାରତ ହିନ୍ଦୁ ମହାସଭା ରାଷ୍ଟ୍ରୀୟ ମନ୍ତ୍ରୀ ଭାବେ ମନୋନୀତ କରାଯାଇ ପୂର୍ବଭାରତ ରାଜ୍ୟମାନଙ୍କର ପ୍ରଭାରୀ ଦାୟିତ୍ୱ ଅର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ