ବଜ୍ରପାତରେ ୪୧ ମୃତ ୫୦ରୁ ଉଦ୍ଧ୍ୱର୍ ଗୁରୁତର

ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ୍); ରାଜ୍ୟର ୩ ଟି ରାଜ୍ୟରେ ବଜ୍ରପାତ ପ୍ରଭାବରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଉଦ୍ଧ୍ୱର୍ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ ବଜ୍ରପାତ ପ୍ରଭାବରେ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାନପୁର ଓ ଫତେହପୁରରେ ସର୍ବାଧିକ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।ସେହିପରି ରାଜସ୍ଥାନର ଝାଲୱୋଡାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇ୍ଥିବା ଜଣାପଡିଛି ଏବଂ ପାଳଇ ଜିଲ୍ଲାରେ ବଜ୍ରପାତରେ ୨୭ ଜଣ ଶ୍ରମିକ ଗୁୁରୁତର ଆହାତ ହୋଇଛନ୍ତି । ଶିବପୁରୀ ଜିଲ୍ଲାରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏବଂ ଉତ୍ତର ପ୍ରଦେଶ କାନପୁରରେ ୭ ,ଫତେହପୁରରେ ୭,ଝାନ୍ସୀରେ ୫,ଜାଲୈାନରେ ୪,ହମୀରପୁରରେ ୩ ଓ ଗାଜିପୁରରେ ୨,ଜୈାନପୁର ଓ ପ୍ରତାପଗଡ ଓ ନାପୁର ଦେହାତ ଓ ଚିତ୍ରକୁଟ ୧ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଖ ପ୍ରକାଶ କରିବା ସହ ମୃତକ ପରିବାର ପିଛା ୪ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ