ତିର୍ତ୍ତୋଲ ରେ ମାତିଛନ୍ତି ବାଲି ମାଫିଆ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ): ଚାଲଣ ଗୋଟିଏ କିନ୍ତୁ ଚାଲାଣ ହେଉଛି ଦିନକୁ ଶହ ଶହ ଟ୍ରକ ବାଲି ହେଲେ ପ୍ରଶାସନ ଜାଣି ଜାଣି ଶୋଇରହୁଛି | କୋଟି କୋଟି ଟଙ୍କାର କଳା କାରବାରରେ ରାଜ କରୁଛନ୍ତି ବାଲି ମାଫିଆ । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ନିଲାମ ନେଉଛନ୍ତି ଆଉ ଯେତିକି ଘନ ଫୁଟ ବାଲି ଖୋଳିବା କଥା ମେସିନ ପକାଇ ନଦୀ ପଠା ରୁ ନଦୀ ମଧ୍ୟକୁ ଗର୍ତ୍ତ କରି ଦୈନିକ ଟ୍ରିପ ଟ୍ରିପ ବାଲି ଉଠାଇ ମୋଟା ଅଙ୍କର ମୁନାଫା କମଉଛନ୍ତି |ତିର୍ତ୍ତୋଲ ତହସିଲ ଅଧୀନରେ ଥିବା ବାଲିପାଟଣା, ପୋଷଲ, , ତାର୍ତ୍ତୋଲ ଆଦି ଘାଟ ବାହାରୁ ବାଲି ଉଠା ଯାଉଛି କିନ୍ତୁ ପ୍ରଶାସନ ମିଛରେ ଲୋକଦେଖଣିଆ ଗାଡି ଗୁଡିକୁ ଅଟକାଇ ଛାଡିଦେଉଛି। ହେଲେ ଚୋରା ଚାଲାଣ କମୁନାହିଁ | ସବୁଠୁ ବଡ଼କଥା ହେଲା ଚାଲାଣ କଟା ହେଇଛି କିନ୍ତୁ ତାରିଖ ନାହିଁ, ମୁଖ୍ୟ ତ ତାରିଖ ନପକାଯାଇ ରସିଦ ଦିଆଯାଉଛି କିପରି? ଯଦି ରସିଦ ରେ ତାରିଖ ପଡୁଛି ତେବେ ଲିଭୁଛି କେମିତି | ଅନ୍ୟପଟେ କହିବାକୁଗଲେ ଦୈନିକ ହଜାର ହଜାର ଗାଡି ପାଣି ସହ ବାଲି ଗାଡି କଟକ ପାରାଦ୍ୱୀପ ରାସ୍ତାର ବାଲିପାଟଣା ତିର୍ତ୍ତୋଲ ବଜାରରେ ବହୁସମୟ ଅଟକି ରହିବାରୁ ସ୍ଥାନେ ସ୍ଥାନେ ବାଲି ହୁଙ୍କା ସୃଷ୍ଟି ହେଉଛି। ଯାହାଫଳରେ ରାସ୍ତାରେ ଯାତାୟତ କରିବା କଷ୍ଟ ସାଧ୍ୟ ହୋଇପଡିଛି । ଏ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ