ତୀବ୍ର ବିରୋଧ ପରେ ନିର୍ଦ୍ଦେଶ ପ୍ରତ୍ୟାହାର

ହାଇଦ୍ରାବାଦ : ନିଜ ପିତାଙ୍କ ନାମ ପ୍ରଚାର କରିବା ମୋହରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମାହନ ରେଡ୍ଡୀ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କୁ ମଧ୍ୟ ଭୁଲିଯାଇଥିବା ଅଭିଯାଗ ହେଉଛି । କାଲାମଙ୍କ ନାଁରେ ଥିବା ଏକ ମେଧାବୀ ଛାତ୍ରଛାତ୍ରୀ ପୁରସ୍କାର ଯୋଜନା ଡଃ ଏପିଜେ ଅବଦୁଲ କାଲାମ ପ୍ରତିଭା ବିଦ୍ୟା ପୁରସ୍କାରକୁ ନିଜ ପିତା ୱାଇଏସ ରାଜଶେଖର ରେଡ୍ଡୀଙ୍କ ନାଁରେ କରିବାକୁ ଜଗନ ସୋମବାରଦିନ ନିର୍ଦ୍ଦେଶ ଜାରି କରିଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ଏହି ଯୋଜନାର ନାଁ ୱାଇଏସଆର ପ୍ରତିଭା ବିଦ୍ୟା ପୁରସ୍କାର କରାଯାଇଥିଲା । କିନ୍ତୁ ଏହାକୁ ନେଇ ବିରୋଧୀ ଦଳ ଓ ସାଧାରଣ ଜନତା ତୀବ୍ର ବିରୋଧ କରିବା ପରେ ମଙ୍ଗଳବାରଦିନ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନିଆଯାଇଛି । ସରକାରଙ୍କ ଏହି ନାଁ ବଦଳ ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ସୂଚନାଯୋଗ୍ୟ ଯେ ୧୦ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଅନୁସାରେ ଆର୍ଥିକ ପୁରସ୍କାର ଦିଆଯାଇଥାଏ । ଆସନ୍ତା ୧୧ ତାରିଖ, କାଲାମଙ୍କ ଜୟନ୍ତୀରେ ଏହି ପୁରସ୍କାର ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ