ତୁରନ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଆଶା ସଙ୍ଘର ଡାକରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଏକ ବୈଠକ ସାଥି ଭଗବତୀ ନାୟକଙ୍କ ସଭାପତିତ୍ୱରେ ଗୋପସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଙ୍ଘର ଜିଲ୍ଲା ସମ୍ପାଦିକା କାନ୍ତିପ୍ରଭା ନାୟକଙ୍କ ଦ୍ୱାରା କୋଭିଡରେ ଶହୀଦ ହୋଇଥିବା ଆଶାକର୍ମୀ ଓ ଅନ୍ୟମାନଙ୍କ ଉଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଗତ ଦିନର କାର୍ଯ୍ୟକ୍ରମକୁ ଉପସ୍ଥାପନା ସହିତ ଆଗାମୀ ଦିନରେ ସରକାର ସର୍ବନିମ୍ନ ଦୈନିକ ପାରିଶ୍ରମିକ ପ୍ରଦାନ କରିବାକୁ ସମ୍ପାଦିକା ଡାକରା ଦେଇଥିଲେ । ବୈଠକରେ ସଂଗଠନର ରାଜ୍ୟ ଉପସଭାପତି ରମଣୀରଞ୍ଜନ ରାଉତରାୟ ଯୋଗଦେଇ ଆଶାକର୍ମୀମାନଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଅଙ୍ଗିକାର ବଦ୍ଧତାକୁ ପ୍ରଶଂସା କରିଥିଲେ । କୋଭିଡକୁ ହଟେଇବାରେ ଆଶାକର୍ମୀମାନେ ଯେଭଳି ନିଷ୍ଠାର ସହିତ କାମ କରିଛନ୍ତି ତାକୁ ଭୁଲି ହେବ ନାହିଁ । ମାତ୍ର ସରକାର ଏକଥାକୁ ହୃଦୟଙ୍ଗମ କଲାଭଳି ମନେ ହେଉନାହିଁ । କୋଭିଡ ସମୟରେ ମାସିକ ମାତ୍ର ଏକ ହଜାର ଟଙ୍କା ଦେବାକୁ ନାପସନ୍ଦ କରାଯାଇଥିଲା । ତୁରନ୍ତ ଆଶାକର୍ମୀମାନଙ୍କୁ ମାସିକ ପେନସନ, ପଦୋନ୍ନତି, ମୃତ୍ୟୁଜନିତ ସହାୟତା ଏକଲକ୍ଷ ବଦଳରେ ୫ଲକ୍ଷ ଟଙ୍କା ପ୍ରଦାନ କରିବା, ପ୍ରତ୍ୟେକ ଗ୍ରାମରେ ଆଶାଗୃହ ନିର୍ମାଣ କରିବା ପ୍ରଭୃତି ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲା ଉପସଭାପତି ଭଜହରି ପ୍ରଧାନ, ଅଜୟ ସାମଲ, ନନ୍ଦିନୀ ସ୍ୱାଇଁ, ସରସ୍ୱତୀ ସ୍ୱାଇଁ, ସୁକାନ୍ତୀ ବେହେରା, କବିତା ସାମଲ, ସୁମିତ୍ରା ଜେନା, ଅମିତା ନାୟକ, ଜ୍ୟୋତିରେଖା ସ୍ୱାଇଁ, ଦୈା୍ରପଦୀ ସ୍ୱାଇଁ, ବନ୍ଦନା ମଲିକ, ମୀନତି ସାମଲ, ମୀନତି ପରିଡା, ସୁଷମା ଆଚାର୍ଯ୍ୟ, ମନୋରମା ନାଥ, ରଞ୍ଜୁଲତା ବେହେରା, ରଶ୍ମୀରେଖା ପରିଡା, ପୁଷ୍ପଲତା ଦଣ୍ଡପାଟ, ରୀନାରାଣୀ ସାହୁ, ଲକ୍ଷ୍ମୀ ସେଠୀ, ଶଶିରେଖା ମଲ୍ଲିକ, ରୀନାରାଣୀ ଦାସ, ମାନିନୀ ମଲିକ, ସଶ୍ମିତା ବାରିକ, ଶାନ୍ତିଲତା ସାହୁ,ନିରୁପମା ଦାସ, ବିଜୟାଲକ୍ଷ୍ମୀ ନାଥ, ଅନ୍ନପୂର୍ଣ୍ଣା ଦାସ ପ୍ରମୁଖ ଯୋଗଦେଇଥିଲେ । ଆସନ୍ତା ଗୁରୁବାର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ