ତୁଳସୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୁରାଣ ପ୍ରସିଦ୍ଧ ତୁଳସୀକ୍ଷେତ୍ରରେ ପଞ୍ଚୁକବ୍ରତ ପାଳନ ନିମନ୍ତେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଏହି ପବିତ୍ର ପୀଠରେ ଆସନ୍ତା ନଭେମ୍ବରମାସ ୩ତାରିଖ ଠାରୁ ୮ତାରିଖ ପର୍ଯ୍ୟନ୍ତ ପଞ୍ଚୁକବ୍ରତ ଓ ହବିଷ୍ୟାନ୍ନ ସେବା ପାଳନ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ନିମନ୍ତେ ଏକ କମିଟି ଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇବା ସହ ଜିଲ୍ଲାର ୯ଟି ବ୍ଲକରେ ଏ ସମ୍ପର୍କରେ ପ୍ରଚାର ପ୍ରସାର କରାଇବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମା’ ଗଜଲକ୍ଷ୍ମୀଙ୍କ ଭଷାଣୀ ଉତ୍ସବ ପରେ ଆସନ୍ତା ୧୯ତାରିଖରେ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ନୃସିଂହ ଚରଣ ତ୍ରିପାଠୀ, ବୀରେନ୍ଦ୍ର କୁମାର ଦାସ, ରଞ୍ଜିତ ପ୍ରସାଦ ଜେନା, ଅମୂଲ୍ୟକାନ୍ତ ସାମନ୍ତରାୟ, ଦିଲ୍ଲିପ କୁମାର ସାହୁ, ଶ୍ରୀଚରଣ ସାମଲ, ରୋସ୍ନା ସାହୁ, ନିରଞ୍ଜନ ମେକାପ, ସଞ୍ଜୟ କୁମାର ଜେନା, ନୃସିଂହ ବାବା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ