ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟଚିତ୍ର ପ୍ରଦାନ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ତିନି ଠାକୁର ଶ୍ରୀବଳଦେବଜୀଉ, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ପଟ୍ଟଚିତ୍ର ପ୍ରଦାନ କରିଥିଲେ। ଏଥିସହ ସେବାୟତମାନେ ମନ୍ଦିରର ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେବାୟତଙ୍କ ପକ୍ଷରୁ ପ୍ରତିନିଧି ନୃସିଂହ ପ୍ରସାଦ ପତ୍ରୀ, ସଞ୍ଜୟ ପତ୍ରୀ, ଜ୍ୟୋତି ରଞ୍ଜନ ପତ୍ରୀ, ଅମିତାଭ ସୁଆର, ଭଗବାନ ସୁଆର, ସ୍ୱରାଜ ପତ୍ର୍ରୀ, ବିଶ୍ୱଜିତ ପତ୍ରୀ, ଚିକୁ ପତ୍ରୀ, ନିରଞ୍ଜନ ସୁଆର ପ୍ରମୁଖ ଉପସ୍ଥିତ ଥିଲେ।