ତୁଳସୀପୁର ଲକ୍ଷ୍ମୀବଜାର ଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ଲକ୍ଷ୍ମୀବଜାର ଠାରେ ୩୧ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। ଶନିବାର ନିକଟସ୍ଥ ମେଳାଖାଲ ଠାରୁ ପାରମ୍ପରିକ ପ୍ରଥାନୁସାରେ ପାଣିତୋଳା କାର୍ଯ୍ୟ ଶେଷ ହେବା ପରେ ପଣ୍ଡିତ ସୁପ୍ରଭାନୁ ମିଶ୍ର ଓ ଅନ୍ତର୍ଯ୍ୟାମୀ କର ଙ୍କ ଦ୍ୱାରା ମା ଙ୍କ ପୂଜାନୀତି ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବେ ବ୍ୟବସାୟୀ ସଲିଳ ମହାପାତ୍ର କାର୍ଯ୍ୟ କରି ଥିବାବେଳେ ବ୍ୟବସାୟୀ ସଙ୍ଘ ସଭାପତି ରଜନୀ କାନ୍ତ ତ୍ରିପାଠୀ , ସଂପାଦକ ପ୍ରଫୁଲ୍ଲ କୁମାର କର, ହୃଦାନନ୍ଦ କର, ପପୁ ବାଲ,ଗଜାନନ ତ୍ରିପାଠୀ,ଭବାନୀ ଶଙ୍କର ଦାଶ , ରଣଜିତ୍ ସାହୁ,ବିଜୟ ସାହୁ, ରାମଚନ୍ଦ୍ର ସାହୁ, ନିଲା ସାହୁ, ଲିଙ୍ଗରାଜ ସାହୁ,ହୃଦାନନ୍ଦ ସାହୁ, ସଞ୍ଜୟ ସାହୁ, କୈଳାସ ବେହେରା ପ୍ରମୁଖ ଙ୍କ ତତ୍ୱାବଧାନ ରେ ମା ଙ୍କପୂଜାନୀତି ଅନୁଷ୍ଠିତ ହୋଇଥିଲା । ପୂଜା ମଣ୍ଡପ କୁ ସୁନ୍ଦର ତୋରଣ ଓ ରଙ୍ଗୀନ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇ ଥିବାବେଳେ ମଣ୍ଡପ ମା ଙ୍କ ପଛ ପାଶ୍ୱର୍ରେ ସୁନ୍ଦର ମେଢ଼ ଲଗାଯାଇଛି।


