ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ ୧୨୬ ଜଣ ଛାତ୍ରଛାତ୍ରୀ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରରେ ସେପ୍ଟେମ୍ବର ୧୪ ତାରିଖ ଦିନ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକର ମୋଟ ୧୨୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେହି ମଧ୍ୟ ଅନୁପସ୍ଥିତ ରହିନଥିଲେ। ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ ସମାପନ କରିଥିବା ବେଳେ ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ସୁପରିଟେଣ୍ଡ ଭାବେ କାର୍ଯ୍ୟ ତୁଲାଇଥିଲେ। ନିରୀକ୍ଷକ ଭାବେ ସିଆରସିସି ଆଶୁତୋଷ ମିଶ୍ର, ଡି.ବାସୁଦେବ ଦୋରା, ତ୍ରିନାଥ ମହାରଣା, ସନ୍ତୋଷ କୁମାର ସାହୁ, ରାଜେଶ କୁମାର ସାହୁ, ପ୍ରଫୁଲ କୁମାର ସାହୁ, ଶଶିକାନ୍ତ ପାତ୍ର, ମାନସ ରଞ୍ଜନ ସେଠୀ, ଓ କିରଣବାଳା ତ୍ରିପାଠୀ ଯୋଗଦେଇଥିଲେ। ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିବା ଏବିଇଓ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି।