ମାଣିତରାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସେପ୍ଟେମ୍ବର ୧୪ ତାରିଖ ଦିନ ଯୁବ ରେଡକ୍ରସ ଓ ରେଡ଼ ରିବନ କ୍ଲବର ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। NACO ଦ୍ୱାରା ପରିଚାଳିତ HIV ଓ AIDS ବିଷୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କୁଇଜ ପ୍ରତିଯୋଗିତାରେ +୨ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀ କେ.ମନସ୍ୱିନୀ ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଲିସା ସେଠୀ ଦ୍ଵିତୀୟ ସ୍ଥାନ ଏବଂ ପିଣ୍ଟୁ ଡାକୁଆ, ପ୍ରିତୀ ସାହୁ ଓ ପୂଜା ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।କୃତ୍ତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ବୃନ୍ଦ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ଅଧ୍ୟାପିକା ସୁଚିତ୍ରା ପଣ୍ଡା ଓ ପ୍ରଜ୍ଞା ପାରମିତା ସାହୁ, ଡେମୋନଷ୍ଟ୍ରେଟର ସଂଯୁକ୍ତା ପାତ୍ର ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିବା ବେଳେ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ମଧ୍ୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ