ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୋତାଞ୍ଜଳୀଙ୍କ ଉଲ୍ଲେଖନୀୟ ସଫଳତା
ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିବା ପଞ୍ଚମ ଓ ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ଓ ଗରିବ ସରକାରୀ ମେଧାବୃତ୍ତି ପରୀକ୍ଷା ଫଳ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇସାରିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସଦର କ୍ଳଷ୍ଟରର ଲଛମନପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଧାବୀ ଛାତ୍ରୀ ଶ୍ରୋତାଞ୍ଜଳୀ ସ୍ୱାଇଁ ତୃତୀୟଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଏହି ପୁରାତନ ଶିକ୍ଷାନୁଷ୍ଟାନର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇପାରିଥିବା ଲକ୍ଷ୍ୟ କରାଯାଇଛି । ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ମେଧାବୀ ଛାତ୍ରୀ ଶ୍ରୋତାଞ୍ଜଳୀ ସ୍ୱାଇଁ ଲଛମନପଲ୍ଲୀ ଗ୍ରାମର ଅରୁଣ ସ୍ୱାଇଁ ଓ ମମତା ସ୍ୱାଇଁଙ୍କ ସୁକନ୍ୟା ଅଟନ୍ତି । ତୃତୀୟଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ଲଛମନପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଶ୍ରୋତାଞ୍ଜଳୀ ସ୍ୱାଇଁ ନିଜର ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ବେହେରା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିରକାନ୍ତ ନାୟକ, ବିଦ୍ୟାଳୟର ସହକାରୀ ଶିକ୍ଷକ ବିଚିତ୍ର ବିହାରୀ ଦାଶ, ଟୁଲୁ ବେହେରା, ଶ୍ରୀମତୀ ବନିତା ଲେଙ୍କା, ସସ୍ମିତା ମଂଜରୀ ଶତପଥୀ, ନିଜର ପିତା ଅରୁଣ ସ୍ୱାଇଁ ଓ ମାତା ମମତା ସ୍ୱାଇଁଙ୍କ ସମେତ ସମସ୍ତ ଶୁଭେଚ୍ଛୁଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ତୃତୀୟଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଛମନପଲ୍ଲୀର ଛାତ୍ରୀ ଶ୍ରୋତାଞ୍ଜଳୀ ସ୍ୱାଇଁଙ୍କୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇ ଉପଢୌକନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା ।