ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସ୍ୱଭାବମୟଙ୍କ ଉଲ୍ଲେଖନୀୟ ସଫଳତା

ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଟିତ ହୋଇଥିବା ପଞ୍ଚମ ଓ ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ଓ ଗରିବ ସରକାରୀ ମେଧାବୃତ୍ତି ପରୀକ୍ଷା ଫଳ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇସାରିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ନିମିନା କ୍ଳଷ୍ଟରର ନୁଆଁପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଧାବୀ ଛାତ୍ର ସ୍ୱଭାବମୟ ମହାନ୍ତି ତୃତୀୟଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଏହି ପୁରାତନ ଶିକ୍ଷାନୁଷ୍ଟାନର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇପାରିଥିବା ଲକ୍ଷ୍ୟ କରାଯାଇଛି । ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ମେଧାବୀ ଛାତ୍ର ସ୍ୱଭାବମୟ ମହାନ୍ତି ହେଉଛନ୍ତି ବିଷ୍ଣୁପ୍ରସାଦ ମହାନ୍ତି ଓ ବିଜୟଲକ୍ଷ୍ମ ମହାନ୍ତିଙ୍କ ସୁପୁତ୍ର । ତୃତୀୟଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ନିମିନା କ୍ଳଷ୍ଟରର ନୁଆଁପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସ୍ୱଭାବମୟ ମହାନ୍ତି ନିଜର ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିରଂଜନ ପରିଡା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନାରାୟଣ ସାହୁ, ପୂର୍ବତନ ସିଆର୍‍ସିସି ବଂଶୀଧର ପରିଡା, ବିଦ୍ୟାଳୟର ସହକାରୀ ଶିକ୍ଷକ ସିମାଞ୍ଚଳ ନାୟକ ଓ ସୁରେଶ ଚନ୍ଦ୍ର ବିଶ୍ୱାଳ, ନିଜର ପିତା ବିଷ୍ଣୁପ୍ରସାଦ ମହାନ୍ତି ଓ ମାତା ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସମେତ ସମସ୍ତ ଶୁଭେଚ୍ଛୁଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ତୃତୀୟଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୁଆଁପଲ୍ଲୀର ମେଧାବୀ ଛାତ୍ର ସ୍ୱଭାବମୟ ମହାନ୍ତିଙ୍କୁ ଶିକ୍ଷାନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିରଂଜନ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ବାବନପୁର କ୍ଳଷ୍ଟରର ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାହେବ ପାତ୍ର ଓ ଦିନବନ୍ଧୁ ଗୌଡ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଂଚାନନ ସିୟ, ଉପସଭାନେତ୍ରୀ ବିଜୟଲକ୍ଷ୍ମୀ ମହାନ୍ତି, ସିଆର୍‍ସିସି ନାରାୟଣ ସାହୁ, ପ୍ରାକ୍ତନ ସିଆର୍‍ସିସି ବଂଶୀଧର ପରିଡା, ସହକାରୀ ଶିକ୍ଷକ ସିମାଂଚଳ ନାୟକ ଓ ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଉପଢୌକନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ