‘ତୃଷ୍ଣା’ ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟକୁ  ଉପକରଣ ଯୋଗାଣ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) :ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଞ୍ଜା କ୍ଲଷ୍ଟରର ନୂଆଗୁମ୍ମା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଚେୟାର, ଟେବୁଲ ଆଦି ଶିକ୍ଷା ଓ ଶୈଖିକ  ବିଦ୍ୟାଳୟ ଉପକରଣ ଗୁଡିକୁ ‘ତୃଷ୍ଣା’ ବେନେଭୋଲେଣ୍ଟ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯାଇଛି । ଏହି ଅବସରରେ ଶନିବାର ଦିନ ବିଦ୍ୟାଳୟର ନୂତନ କୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ପୂର୍ବାଞ୍ଚଳ ଉନ୍ନୟନ କମିଶନର ଡ.ବାଳକୃଷ୍ଣ ପଣ୍ଡା ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ।ଉତ୍ତମ ଛାତ୍ର ଗଠନ କରିବାକୁ ହେଲେ ପ୍ରଥମେ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଉତ୍ତମ ରହିବା ଦରକାର ବୋଲି  ମତ ପ୍ରକାଶ କରିବା ସହ ନିଜ ଜନ୍ମମାଟିର ବିକାଶ ଦିଗରେ ସେ ସଦା ତତ୍ପର ରହିଥିବା କହିଥିଲେ । ଏଥିରେ ‘ତୃଷ୍ଣା’ ଟ୍ରଷ୍ଟର ମୂଖ୍ଯ ପରିଚାଳନା ନିର୍ଦ୍ଦେଶିକା ତୃପ୍ତି ପଣ୍ଡା, ଏଡିଇଓ ବୀନିତା ସେନାପତି, ଉନ୍ନୟନ ଉପସଚିବ ପ୍ରବୀଣ କୁମାର ପଣ୍ଡା, ସାନଖେମୁଣ୍ଡି ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ, ଏବଂ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରଧାନଶିକ୍ଷକ କେ.ମୁନୁ ଆଚାରୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଅଖିଳ କୁମାର ମହାପାତ୍ର ସ୍ଵାଗତ ଭାଷଣ ଓ ଶେଷରେ ସିଆରସିସି ଅନିଲ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଦିଗପହଣ୍ଡି ଏବିଇଓ ବାଳା ମାଝି, ରସାନନ୍ଦ ଘଡେଇ, ସିଆରସିସି ନରସିଂହ ପାଠୀ, ଶିକ୍ଷକ ଜଗଦୀଶ ରଥ,କୃଷ୍ଣଚନ୍ଦ୍ର ସେଠୀ,କୈଳାସ ଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ବି.ଭାରତୀ,ଲତା ବେହେରାଙ୍କ ସମେତ ଅନ୍ୟ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ